ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ

Get real time updates directly on you device, subscribe now.

ବାଲିଗୁଡ଼ା,(ବି.ବି.ନୁ୍ୟଜ୍): ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ନିକଟରେ ୫୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ ସହ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁତôବା ବସ୍ର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ବସ୍ ସ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଜଣେ ପ୍ରବାସୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ କନ୍ଧମାଳ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ଟିରେ ୪୭ ଜଣ ପ୍ରବାସୀ ଥିଲେ । ସେମାନେ ଗୋଆରୁ ଟ୍ରେନ୍ ଯୋଗେ ଆସି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଓହ୍ଲାଇଥିଲେ । ସେଠାରୁ ସେମାନେ ବସ୍ ଯୋଗେ ଗଞ୍ଜାମଅଭିମୁଖେ ଆସୁଥିଲେ । ତେବେ ବିଳମ୍ବିତ ରାତେିର ମୁଣ୍ଡିଗଡ଼ ନିକଟରେ ଏକ ଟ୍ରକ ସହିତ ବସ୍ୟିର ମୁହାଁମୁହିଁ ଧକ୍କା ହୋଇଥିଲା । ତୁମୁଡ଼ିବନ୍ଧ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ରୁ ପ୍ରବାସୀଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଜଳେଶପଟା ଆଶ୍ରମରେ କରାଯାଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons