ପ୍ରବାସୀଙ୍କ ପାଇଁ ରାନ୍ଧୁଛନ୍ତି ସରପଞ୍ଚ

Get real time updates directly on you device, subscribe now.

କୁଚିଣ୍ଡା,(ବି.ବି.ନୁ୍ୟଜ୍): କରୋନା ଡରରେ ରାନ୍ଧୁଣିଆ ଆସିଲା ନାହିଁ । ଶେଷର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ମୁହଁରେ ଦାନା ଦେବାକୁ ନିଜେ ଚୁଲି ମୁହଁରେ ଛିଡ଼ା ହେଲେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ । କେବଳ ଏତିକି ନୁହେଁ , ନିଜେ ରୋଷେଇ କରି ପ୍ରବାସୀଙ୍କୁ ଖାଇବାକୁ ଦେବା ସହ ଯୋଗ ମଧ୍ୟ ଶିଖାଉଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ସରପଞ୍ଚ ରତନୁ କିଷାନଙ୍କ ଏପରି ପଦକ୍ଷେପ ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି । ଆଉ ଏହି ସେଣ୍ଟରରେ ସେମାନଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ତେବେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତରେ ହୋଇଥିାବ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସରପଞ୍ଚ ରତନୁ କିଷାନ ନିଜେ ରୋଷେଇ କରି ଅନ୍ତେବାସୀଙ୍କ ଖାଇବାକୁ ଦେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons