ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଏଥିରେ ଦୁଇ ଜଣ ଆତହ ହୋଇଛନ୍ତି । ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋମବାର ସକାଳେ ଆର୍ଶୀବାଦ ନାମକ ଏହି ଘରୋଇ ବସ୍ ଟ୍ରେନ୍ରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ଛତାବର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଏଥିରେ ବସ୍ ଡ୍ରାଇଭର ଓ ହେଲପର୍ ସାମାନ୍ୟ ଆହତ ହୋଇଥିଲେ । ତେବେ ସେମାନଙ୍କ ବେଶି କିଛି କ୍ଷତି ହୋଇନାହିଁ । ସେମାନଙ୍କ ଚିକିତ୍ସା କରାଯାଉଛି ।
Comments are closed, but trackbacks and pingbacks are open.