ଭୁବନେଶ୍ୱର,(ବି.ବି.ବୁରୋ): ପ୍ରବାସୀ ଓଡ଼ିଆଙ୍କୁ ଧରି ଶନିବାର ୫ଟି ସ୍ୱତନ୍ତ୍ର ଟ୍ରେନ୍ ଓଡ଼ିଶା ଆସୁଛି । ଗୁଜରାଟରୁ ୩, ମହାରାଷ୍ଟ୍ରର ପାନଭେଲରୁ ଗୋଟିଏ ଓ ତାମିଲନାଡୁର ଚେନ୍ନାଇରୁ ଗୋଟିଏ ଟ୍ରେନ୍ ଓଡ଼ିାା ଆସୁଛି । ଏହି ୫ଟି ଟ୍ରେନ୍ ରବିବାର ସୁଦ୍ଧା ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍ ଓ ଟିଟିଲାଗଡ଼ରେ ପହଞ୍ଚିବ । ସମସ୍ତ ଟ୍ରେନ୍ରେ ପାଖାପାଖି ଏକ ହଜାରୁ ଅଧିକ ଯାତ୍ରୀ ଆସିବାର ସୂଚନା ମିଳୁଛି । ପ୍ରଥମ ଟ୍ରେନଟି ସୁରଟରୁ ଜଗନ୍ନାଥପୁର ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଛି । ଶନିବାର ଦିନ ସାଢେ଼ ଗୋଟାଏରେ ସାନିଟାଇଜ ପରେ ଟ୍ରେନ୍ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଟ୍ରେନ୍ ଛାଡିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ସୁରଟ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ପଦାଧିକାରୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ । ସେହିଭଳି ଦ୍ୱିତୀୟ ଟ୍ରେନଟି ମହାରାଷ୍ଟ୍ରର ପାନଭେଲରୁ ଟିଟିଲାଗଡ଼ ଓ ଅନ୍ୟ ଦୁଇଟି ଟ୍ରେନ୍ ଗୁଜରାଟ ସାବରମତୀରୁ ଜଗନ୍ନାତପୁରଷ୍ଟେସନ ଆସିବ । ଚେନ୍ନାଇରୁ ରାତି ୧୦ରେ ଆଉ ଗୋଟିଏ ଟ୍ରେନ ଛାଡିବ । ଆସନ୍ତା ସୋମବାର ଏହି ଟ୍ରେନ୍ ଜଗନ୍ନାତପୁରରେ ପହଞ୍ଚିବ । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।


Comments are closed, but trackbacks and pingbacks are open.