ପ୍ରବାସୀ ଓଡ଼ିଆଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ ଅନୁରୋଧ:ଓଡ଼ିଶାକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଉଦ୍ଧିଷ୍ଟ ପୋର୍ଟାଲରେ ପଞ୍ଜୀକରଣ କରନ୍ତୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ଅବଧି ସରିବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆ ଲୋକମାନେ ରାଜ୍ୟକୁ ଫେରିବା ପୂର୍ବରୁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଉଦ୍ଧିଷ୍ଟ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଟ୍ୱିଟ ମାଧ୍ୟମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି । ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି, ଲକ୍ଡାଉନ୍ ଅବଧି ସରିବା ପରେ ବିଭିନ୍ନ ରାଜ୍ୟରେ ଅଟକିଥିବା ଓଡ଼ିଆ ଭାଇ ଭଉଣୀମାନେ ଆମ ରାଜ୍ୟକୁ ଫେରିବେ । କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ରାଜ୍ୟ ସରକାର ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣର ବ୍ୟାପକ ବ୍ୟବସ୍ଥା କରିଛନ୍ତି ।
ଓଡ଼ିଆ ଭାଇ ଭଉଣୀମାନେ ଓଡ଼ିଶାକୁ ଫେରିବା ପୂର୍ବରୁ ନିଜ ତରଫରୁ ଏଥିପାଇଁ ଉଦ୍ଧିଷ୍ଟ ପୋର୍ଟାଲରେ ନିଜର ନାମ ଠିକଣା ପଞ୍ଜିକୃତ କରନ୍ତୁ । ନିଜ ପରିବାର ସ୍ୱଜନମାନଙ୍କ ଦ୍ୱାରା ନିଜ ଗାଁ ଓ ପଞ୍ଚାୟତରେ ମଧ୍ୟ ପଞ୍ଜୀକରଣ ବ୍ୟବସ୍ଥାର ସୁବିଧା ନେବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
କରୋନା ମହାମାରୀର ସଫଳ ମୁକାବିଲା ପାଇଁ ସାମାଜିକ ଦୁରତ୍ୱ ଓ ଆବଶ୍ୟକ ସ୍ଥଳେ ସଙ୍ଗରୋଧରେ ରହିବା ଜରୁରି । ତେଣୁ ଆପଣଙ୍କ ପଞ୍ଜୀକରଣ ଏକାନ୍ତ ଜରୁରି । ଆମେ ସମସ୍ତେ ପରସ୍ପରଙ୍କ ସହଯୋଗରେ କରୋନା ଯୁଦ୍ଧରେ ଲଢ଼ି ବିଜୟୀ ହେବା ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons