ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ୨ ମୃତ

Get real time updates directly on you device, subscribe now.

କନ୍ଧମାଳ: ପ୍ରବାସୀ ଓଡ଼ିଆଙ୍କୁ ଧରି ସୁରାଟରୁ ଗଞ୍ଜାମ ଆସୁଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲ୍ଲା କଳିଙ୍ଗାଘାଟିର ଅନ୍ଧାକୋଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବସରେ ୬୮ ଜଣ ପ୍ରବାସୀ ଓଡ଼ିଆ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କ ଉଦ୍ଧାର କାର୍ୟ୍ୟ ଜାରି ରହିଛି।
ସୂଚନା ମୁତାବକ, କଳିଙ୍ଗାଘାଟିରେ ଥିବା ଏକ ୟୁ ଟର୍ନ କ୍ରସ କରିବା ସମୟରେ ବସ୍‌ଟି ଓଲଟି ପଡ଼ିଥିଲା। ଗୁରୁତରମାନଙ୍କୁ ଜି-ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ୧୫ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏହି ବସରେ ଅଧିକଂଶ ଯୁବକ ଥିବା ବେଳେ ପିଲା ମଧ୍ୟ ରହିଛନ୍ତି। ମୃତ ଜଣଙ୍କ ନାଁ ଚିତରଞ୍ଜନ ସେଠୀ। ଏହି ବ୍ୟକ୍ତିଙ୍କ ଗଞ୍ଜାମ ବୁଗୁଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଏହାସହ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ଏହି ସମସ୍ତ ଗଞ୍ଜାମ ଜିଲ୍ଲା ବୋଲି ଜଣାପଡିଛି। ଏହି ଦୁର୍ଘଟଣାଗ୍ରସ୍ତ ବସଟି ନମ୍ବର GJ18X2693।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons