ମୁମ୍ବାଇ : ସାରା ଦେଶ ବର୍ତ୍ତମାନ କରୋନା ସଙ୍କଟ ଦେଇଗତି କରୁଛି ଜ୍ଝ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ ଜାରି ରହିଛି ଜ୍ଝ ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକ କାମ ନ ପାଇ ପଲାୟ କରୁଛନ୍ତି ଜ୍ଝ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜ ନିଜ ଭିଟାମାଟିକୁ ଫେରି ଯାଉଛନ୍ତି ଜ୍ଝ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟବସ୍ଥା କରିଛନ୍ତି ଜ୍ଝ ତଥାପି ଅନେକ ପ୍ରବାସୀ ଶ୍ରମିକ ଶହ ଶହ, ହଜାର ହଜାର କିଲୋମିଟର ଚାଲି ଚାଲି ପଳାୟନ କରୁଛନ୍ତି ଜ୍ଝ ଶ୍ରମିକଙ୍କ ଦୁଃଖ ଦେଖି ନ ପାରି ତାଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଅଭିନେତା ସୋନୁ ସୁଦ ଆଗେଇ ଆସିଛନ୍ତି ଜ୍ଝ ସେ ନିଜ ଖର୍ଚ୍ଚରେ ବସ ଭଡା କରି ମୁମ୍ବାଇରେ ଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଉଛନ୍ତି ଜ୍ଝ ପ୍ରବାସୀଙ୍କ ସହାୟତା ପାଇଁ ସେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ଜ୍ଝ ସୋନୁଙ୍କ ଏହି ମହାନତା ପାଇଁ ସାରା ଦେଶବାସୀ ତାଙ୍କୁ ପ୍ରଶଂସା କରୁଛନ୍ତି ଜ୍ଝ ଏହି କ୍ରମରେ ବର୍ତ୍ତମାନ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଯୋଡି ହୋଇଯାଇଛନ୍ତି ଜ୍ଝ
ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୦ଟି ବସ ବ୍ୟବସ୍ଥା କରିଛନ୍ତି ଜ୍ଝ ଏହି ବସ ଯୋଗେ ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଯିବ ଜ୍ଝ ଅମିତାଭ ବଚ୍ଚନ ଏହି ପ୍ରବାସୀଙ୍କୁ ରାସନ, ସାନିଟାଇଜର, ଚପଲ ଯୋଗାଇଦେବେ ବୋଲି ଶୁଣିବାକୁ ମିଳିଛି ଜ୍ଝ
ଅମିତାଭଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବସ ସର୍ଭିସ ପାଇଁ ଏକ ଟିମ କାମ କରୁଛି ଜ୍ଝ ଟିମ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପ୍ୟାକେଟ, ପାଣି ବୋତଲ, ଚପଲ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛି ଜ୍ଝ ତାଙ୍କ ଟିମ ଜରିଆରେ ହଜାରେ ପ୍ରବାସୀଙ୍କୁ ସାହାଯ୍ୟ କରାଯାଉଛି ଜ୍ଝ ତାଛଡା କରୋନା ସଂକ୍ରମଣକୁ ନେଇ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି ଜ୍ଝ
ଏହା ମଧ୍ୟରେ ସାମାଜିକ ଦୂରତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ଜ୍ଝ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବସରେ ଅଧା ଯାତ୍ରୀ ଯାତ୍ରା କରୁଛନ୍ତି ଜ୍ଝ ରିପୋର୍ଟ ଅନୁଯାୟୀ, ୫୨ ସିଟର ବସରେ ୨୫ ଯାତ୍ରୀଙ୍କୁ ଯିବାକୁ ଦିଆଯାଉଛି ଜ୍ଝ
Comments are closed, but trackbacks and pingbacks are open.