ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

Get real time updates directly on you device, subscribe now.

ଭୁବନେଶ୍ଵର: ଲକ୍ଷ ଲକ୍ଷ ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ। ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ଉଠିଲା ମହାଦୀପ। ପାରମ୍ପରିକ ବେଢା ପରକ୍ରମା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି। ରାତି ୯ଟା ୩୫ରେ ବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି । ଏହି ସମୟରେ ମନ୍ଦିର ପରିସର ଶିବ ଧ୍ଵନୀରେ ପ୍ରକମ୍ପିତ ହୋଇ ଉଠିଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ପୀଠରେ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସମସ୍ତ ନୀତିକାନ୍ତି ପରେ ଦିନ ୩ଟା ୪୫ମିନିଟରୁ ଘଣ୍ଟାଏ ପର୍ୟ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ମିଳିଥିଲା । ପୁନଶ୍ଚ ଛାମୁ ପରିଷ୍କାର ନୀତି ସମ୍ପାଦିତ ହୋଇ ଠାକୁର ବୀରକିଶୋର ବେଶରେ ବିରାଜିତ ହୋଇଥିଲେ । ଦ୍ୱିପ୍ରହର ଧୂପ ନୀତି ସମ୍ପନ୍ନ ହେବା ପରେ ଠାକୁର ଠାକୁରାଣୀଙ୍କ ପହୁଡ଼ (ଶୟନ) ନୀତି ସମ୍ପାଦିତ ହୋଇଥିଲା । ସନ୍ଧ୍ୟା ୭ଟା ୧୦ମିନିଟରେ ଠାକୁରଙ୍କ ଟେରାଫିଟା କରାଯାଇ ସନ୍ଧ୍ୟା ଆଳତୀ ହେବା ପରେ ରାତି ୮ଟା ୧୦ମିନିଟ ସୁଦ୍ଧା ଠାକୁରଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇ ଚଳନ୍ତି ପ୍ରତିମାଙ୍କ ବେଢ଼ା ପରିକ୍ରମଣ ନୀତି ବିଧିମତେ ସମ୍ପାଦିତ ହୋଇଛି।ସନ୍ଧ୍ୟା ଧୂପ ପରେ ବିନ୍ଦୁସାଗରରୁ ୧୦୮ କଳସୀ ତୀର୍ଥଜଳ ଅଣାଯାଇ ଠାକୁରଙ୍କ ନିକଟରେ ଲାଗି କରାଯାଇଥିଲା। ଏହାପରେ ନିର୍ଦ୍ଧାରିତ ସମୟର ୨୭ ମିନିଟ୍ ପୂର୍ବରୁ ଅର୍ଥାତ ରାତି ୯ଟା ୩୫ରେବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି ।ତେବେ ମହାଦୀପ ପରେ ହେବାକୁ ଥିବା ସାହାଣ ମେଲା ଦର୍ଶନକୁ ଚଳିତ ବର୍ଷ କୋଭିଡ୍‌ କଟକଣା ଦୃଷ୍ଟିରୁ ବନ୍ଦ କରାଯାଇଥିଲା । ନିରାପତ୍ତା ଦୃଷ୍ଟିରୁ ମହାଦୀପ ଦର୍ଶନ ପରେ ମନ୍ଦିର ବେଢ଼ା ଖାଲି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons