ପ୍ରମୋଦ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

Get real time updates directly on you device, subscribe now.

ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦିଲ୍ଲୀ ଦରବାରରେ ଓଡ଼ିଆଙ୍କ ରାଜ୍ । ଓଡ଼ିଆ ଆଇଏଏସ୍ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ସେ ବୁଧବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିÂ ଆଇଏଏସ୍ ଅଧିକାରୀ ନୃପେନ୍ଦ୍ର ମିଶ୍ର ପଦ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି ଶ୍ରୀ ମିଶ୍ର । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ । ଓଡ଼ିଆ ପୁଅ ପ୍ରମୋଦଙ୍କ ଏ ନିଯୁକ୍ତି ପରେ ସମଗ୍ର ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏ ପଦରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଶ୍ରୀ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୋଦିଙ୍କ ବିଶ୍ୱସ୍ତ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ମିଶ୍ର ଓଡ଼ିଶାର ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଗୁଜରାଟ କ୍ୟାଡର୍ର ୧୯୭୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଥିଲେ । ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ସେ ରାଜ୍ୟର ପ୍ରମୁଖ ଶାସନ ସଚିବ ରହିଥିଲେ । ଏହା ପରଠାରୁ ସେ ମୋଦିଙ୍କ ନିକଟତର ହୋଇ ବିଶ୍ୱାସଭାଜନ ହୋଇଥିଲେ । ତାଙ୍କର ଅବସର ପରେ ମଧ୍ୟ ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ମିଶ୍ରଙ୍କୁ ପିଏମ୍ଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ନିଯୁକ୍ତି ଦିଆଯାଇଥିଲା । ସେ ଏହି ପଦରେ ୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ଶ୍ରୀ ମିଶ୍ରଙ୍କୁ ମୋଦି ପାଖାପାଖି ଦୁଇ ଦଶନ୍ଧି ହେଲା ବ୍ୟକ୍ତିଗତ ଭାବେ ଜାଣିଛନ୍ତି । ତାଙ୍କ ନିÂା ଓ ଦକ୍ଷତା ଉପରେ ପ୍ରଧାନମନ୍ତ୍ରୀଙ୍କର ଅତୁଟ ଭରସା ରହିଛି ।
ଶ୍ରୀ ମିଶ୍ର ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ବିପର୍ଯ୍ୟୟ ପରିଚାଳନା ପାଇଁ ସେ ନିକଟରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବିପର୍ଯ୍ୟୟ ପରିଚାଳନା ବ୍ୟତୀତ କୃଷି, ଶକ୍ତି କ୍ଷେତ୍ର, ଭିତ୍ତିଭୂମି ପାଣ୍ଠି ପରିଚାଳନା ଏବଂ ନିୟମ ପ୍ରଣୟନ ବାବଦରେ ତାଙ୍କର ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଅର୍ଥନୀତିରେ ପିଏଚ୍ଡି ହାସଲ କରିଥିବା ଶ୍ରୀ ମିଶ୍ର ଅତୀତରେ ଯେଉଁସବୁ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ତା’କୁ ନିÂାର ସହ ତୁଲାଇଛନ୍ତି । ଦିଲ୍ଲୀ ପାୱାର କରିଡରରେ ପ୍ରମୋଦଙ୍କର ରହିଛି ସ୍ୱତନ୍ତ୍ର ପରିଚୟ ।
ମୋଦିଙ୍କ ୨୦୧୪-୧୯ ଶାସନ କାଳରେ ମାନବ ସମ୍ବଳ ପରିଚାଳନାରେ ଶ୍ରୀ ମିଶ୍ର ବହୁଳ ସଂସ୍କାର ଆଣିପାରିଥିଲେ । ଉଚ୍ଚ ପାହ୍ୟାରେ କିଏ କେଉଁଠି ନିଯୁକ୍ତି ପାଇବେ ସେ ନେଇ ତାଙ୍କ ପରାମର୍ଶକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ । ଆନ୍ତର୍ଜାତିକସ୍ତରରେ ଶିକ୍ଷା ଓ ଗବେଷଣାରେ ମଧ୍ୟ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ବିପର୍ଯ୍ୟୟ ପରିଚାଳନାରେ ଉଲ୍ଲେଖନୀୟ ଭୂମିକା ପାଇଁ ନିକଟରେ ମିଳିତ ଜାତିସଂଘ ପକ୍ଷରୁ ତାଙ୍କୁ ‘ସାସକାୱା’ ସମ୍ମାନ ମିଳିଛି । ଶ୍ରୀ ମିଶ୍ର ୩ଟି ପୁସ୍ତକ ରଚନା କରିଥିଲା ବେଳେ ତାଙ୍କ ଦ୍ୱାରା ଲିଖିତ ବହୁ ଲେଖା ଆନ୍ତର୍ଜାତିକ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।
ଉଲ୍ଲେଖଯୋଗ୍ୟ, ପୂର୍ବତନ କ୍ୟାବିନେଟ୍ ସଚିବ ପି କେ ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ପିଏମ୍ଓରେ ଏହି ସଦ୍ୟ ନିଯୁକ୍ତି ପରେ ପ୍ରମୁଖ ସଚିବ ମିଶ୍ର, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭଲ ଏବଂ ପ୍ରମୁଖ ଉପଦେଷ୍ଟା ସିହ୍ନାଙ୍କ ଦ୍ୱାରା ପିଏମ୍ଓରେ ମୋଦିଙ୍କ କୋର୍ ଗ୍ରୁପ୍ ଗଠନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons