ପ୍ରଶାନ୍ତ ସେନାପତିଙ୍କୁ ଅଟଳ ସମ୍ମାନ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ପାଳନ କରିଛି ରାଜ୍ୟ ବିଜେପି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିÂ ସମାଜସେବୀ ତଥା ସାମାଜିକ ଆନେ୍ଦାଳନର ନେତା ପ୍ରଶାନ୍ତ ସେନାପତିଙ୍କୁ ‘ଚତୁର୍ଥ ଅଟଳ ସମ୍ମାନ-୨୦୧୯’ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କବି ବିରଞ୍ଚି ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ -୨୦୧୯’ ପ୍ରଦାନ କରାଯାଇଛି । ସମାଜସେବୀ ସୁବୋଧ ମିଶ୍ରଙ୍କୁ ୨୦୧୯ ବର୍ଷ ପାଇଁ ଅଟଳ ସମାଜସେବୀ ସମ୍ମାନ ଦିଆଯାଇଛି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ସାଂସ୍କୃତିକ ପ୍ରକୋÂ ତରଫରୁ ବାଜପେୟୀଙ୍କ ୯୫ତମ ଜନ୍ମ ଦିବସ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଉପସଭାପତି ରମାରଞ୍ଜନ ବଳିଆରସିଂହ, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସାଂସ୍କୃତିକ ପ୍ରକୋÂର ରାଜ୍ୟ ସଂଯୋଜକ ପଞ୍ଚାନନ ନାୟକ, ସଙ୍ଗୀତକାର ମନ୍ମଥ ମିଶ୍ର, ପିଙ୍କି ପ୍ରଧାନ ଓ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବାଜପେୟୀଙ୍କ ସ୍ମୃତିଚାରଣ କରାଯାଇଥିଲା । ବକ୍ତବ୍ୟ ରଖି ଶ୍ରୀ ମହାନ୍ତି କହିଲେ, ୯୯ ମହାବାତ୍ୟା ପରେ ଓଡ଼ିଶାକୁ ଆଉ ଥରେ ଛିଡ଼ା କରାଇବାରେ ବାଜପେୟୀଜୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତ୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଳବାଇ ଜୋନ୍, ଏମ୍ସ ମେଡିକାଲର ପ୍ରତିÂା, ସ୍ୱର୍ଣ୍ଣ ଚର୍ତୁଭୁଜ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମାଞ୍ଚଳ ଚେହେରା ବଦଳାଇବାରେ ତାଙ୍କର ବଡ଼ ଅବଦାନ ଥିଲା ।
ସାଧାରଣ ସଭା ପରେ ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଙ୍ଗୀତକାର ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, କ୍ରିଷ୍ଣପ୍ରିୟା ମିଶ୍ର, ସେବାରାଣୀ ମହାପାତ୍ର, ନେହା ନିହାରିକା, ଅମରେଶ ପ୍ରମୁଖ ବାଜପେୟୀଙ୍କ ଲିଖିତ କବିତା ପରିବେଷଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons