ପ୍ରଶାସନ ଖୋଲିଲା ରାତ୍ରି ଆଶ୍ରୟସ୍ଥଳ

Get real time updates directly on you device, subscribe now.

ଜୟପୁର: ଶେଷରେ ପ୍ରଶାସନର ନିଦ ଭାଙ୍ଗିଛି । କୋଭିଡ୍ ହସ୍ପିଟାଲ୍ ଆଗରେ ରାତି ବିିତାଉଥିବା ରୋଗୀ ସମ୍ପର୍କୀୟଙ୍କ ଲାଗି ଖୋଲିଛି ଆଶ୍ରୟସ୍ଥଳ । ପୌର କର୍ମଚାରୀ ସମ୍ପର୍କୀୟଙ୍କୁ ଚିହ୍ନଟ କରି ରାତି ବିତାଇବା ଲାଗି ସେଠାକୁ ନେଇଛି । ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଛି । ପ୍ରଶାସନର ଏହି ଉଦ୍ୟମକୁ ରୋଗୀଙ୍କ ସମ୍ପର୍କୀୟ ଏବଂ ଜନସାଧାରଣ ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ କୋଭିଡ୍ ହସପିଟାଲ ଆଗରେ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଏକ ବ୍ୟାନର୍ ଟଙ୍ଗା ଯାଇଛି । ଏହାର ଲାଭ ଉଠାଇବା ଲାଗି ଅନୁରୋଧ କରାଯାଇଛି ।
ପୌରଯନ୍ତ୍ରୀ ପ୍ରଭାକର ଦାଶ କହିଛନ୍ତି, ଏଠାକାର କୋଭିଡ୍ ହସପିଟାଲରେ ଚିକିତ୍ସିତ ହେବା ଲାଗି ଜିଲ୍ଲା ଏବଂ ଜିଲ୍ଲା ବାହାରୁ ରୋଗୀ ଆସୁଛନ୍ତି । ଯେଉଁମାନେ ଆଇସିୟୁରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ସମ୍ପର୍କୀୟ ଦେଖାରେଖା କରିବା ଲାଗି ରୋଗୀ ପାଖରେ ରହୁଛନ୍ତି । ସାଧାରଣ ବେଡ୍ରେ ଥିବା ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଖାନା ଆଗରେ ଦିନରାତି ବିତାଉଛନ୍ତି । ସହର କିମ୍ବା ଆଖପାଖରୁ ଆସୁଥିବା ସମ୍ପର୍କୀୟ ରାତି ହେଲେ ଘରକୁ ଫେରିଯାଉଥିବା ବେଳେ ଦୂରରୁ ଆସିଥିବା ଲୋକେ ହିନସ୍ତା ହଟହ;ା ହେଉଛନ୍ତି । ମଶାଡାଆଁଶରେ ରାତି ବିତାଉଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ରୋଗୀ ସମ୍ପର୍କୀୟଙ୍କ ସମସ୍ୟା ବୁଝିବା ଲାଗି ସାମଜିକ ଗଣମାଧ୍ୟରେ ମଧ୍ୟ ଅନୁରୋଧ କରାଯାଇଥିଲା । ଜିଲ୍ଲାପାଳ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଗତ ୩ ତାରିଖ ଅପରାହ୍ନରେ ଟାଉନହଲ୍ ପାଖରେ ଥିବା ‘ଆଶ୍ରୟ’କୋଠା ଖୋଲିବାକୁ ନିଦେ୍ର୍ଧଶ ଦେଇଥିଲେ । ତୁରନ୍ତ ଆଦେଶ କାର୍ଯ୍ୟକାରୀ କରାଯାଇଥିଲା । ଦଶମନ୍ତପୁରରୁ ଆସିଥିବା ଜଣେ ରୋଗୀଙ୍କ ୨ଜଣ ସମ୍ପର୍କୀୟଙ୍କୁ ରାତିରେ ଆଶ୍ରୟସ୍ଥଳରେ ରଖାଯାଇଥିଲା । ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଥିଲା । ଶ୍ରୀ ଦାଶ ଆହୁରି କହିଛନ୍ତି, ଏହି ବ୍ୟବସ୍ଥାର ସୁଯୋଗ ନେବାକୁ ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲ ଆଗରେ ଏକ ବ୍ୟାନର ଲଗାଯାଇଛି । ଏଥିସହ ଜନସଚେତନ ଲାଗି କୋଭିଡ୍ ହସପିଟାଲ ସୁରକ୍ଷା କର୍ମଚାରୀ, ମ୍ୟାନେଜର ଏବଂ ପୌର କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ସନ୍ଧ୍ୟାରେ ଜଣେ ପୌର କର୍ମଚାରୀ ରୋଗୀ ସମ୍ପର୍କୀୟଙ୍କୁ ଚିହ୍ନଟ କରି ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦେବେ । କେବଳ ରାତି ନୁହେଁ, ଦିନରେ ମଧ୍ୟ ସମ୍ପର୍କୀୟ ରହିପାରିବେ । ରୋଗୀ ହସ୍ପିଟାଲରେ ଥିବା ପର୍ଯ୍ୟନ୍ତ ସେମାନେ ଚାହିଁଲେ ଏହାର ଲାଭ ଉଠାଇ ପାରିବେ ।
ସୂଚନାଥାଉ କି, କିଛିଦିନ ପୂର୍ବେ ଏ ସମ୍ପର୍କରେ ଏକ ବିସ୍ତୃତ ଖବର କେବଳ ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ଯାହାର ଶୀର୍ଷକ ଥିଲା କୋଭିଡ୍ ହସ୍ପିଟାଲ୍ ଆଗରେ ରୋଗୀ ସମ୍ପର୍କୀୟ ହନ୍ତସନ୍ତ । ମିଳୁନି ପିଇବା ପାଣି, ଦୋକାନ ପିଣ୍ଡାରେ କଟୁଛି ରାତି ।’ ସମ୍ପର୍କୀୟମାନେ କିଭଳି ରାତି ବିତାଉଛନ୍ତି, ଖରାରେ ପିଇବା ପାଣି ଟୋପେ ଲାଗି ହନ୍ତସନ୍ତ ହେଉଛନ୍ତି ସେ ସମ୍ପର୍କରେ କÿୁହାଯାଇଥିଲା । ରାତିରେ ଚୋର ଭୟ ଏବଂ ଆଗକୁ ବର୍ଷାଋତୁ ଆସୁଥିବାରୁ ସେମାନଙ୍କ ସମସ୍ୟା ଆହୁରି ବଢ଼ିଯିବ ବୋଲି ବର୍ଣ୍ଣନା କରାଯାଇଥିଲା ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons