କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ଡେଙ୍ଗାଜାନୀଗୁଡାରେ ଆଜି ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ଉପଜିଲ୍ଲାପାଳ ଲଳିତ କହଁର ଏବଂ ଦଶମନ୍ତପୁର ତହସିଲଦାର ଅଜୟ ପ୍ରକାଶ ତିର୍କୀ ଗ୍ରାମବାସୀଙ୍କ ଉପସ୍ଥିତିରେ ୨୨୭ ଏକର ଜମି ଚିହ୍ନଟ କରିଛନ୍ତି । ନାଲ୍କୋ ଅଧୀନରେ ଥିବା ଜମିର ତଥ୍ୟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତରଙ୍କୁ ପ୍ରଦାନ କରାଯିବ । ତାଙ୍କ ନିଦେ୍ର୍ଧଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ କହଁର କହିଛନ୍ତି । ଅନ୍ୟପକ୍ଷରେ ଗାଁ ଲୋକେ କହିଛନ୍ତି ଯେ, ନାଲ୍କୋର ରେଡ୍ ମଡ୍ ପଣ୍ଡ ଖନନ ଦ୍ୱାରା ସେମାନେ ପ୍ରଭାବିତ ହେବେ । ପ୍ରଶାସନ ପ୍ରଥମେ ଗାଁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଥଇଥାନ କରୁ । ଥଇଥାନ କରାନଯାଇ ଜବରଦସ୍ତ ପୋଖରୀ ଖୋଳାଗଲେ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.