ପ୍ରସବୋତ୍ତର ଅବସାଦ ସହ ଲଢ଼େ ଅକ୍ସିଟୋସିନ

Get real time updates directly on you device, subscribe now.

ପ୍ରେମ ହରମୋନ୍ର ଏକ ପ୍ରକାର- ଅକ୍ସିଟୋସିନ୍ ସାମାଜିକ ଓ ମାନସିକ ବ୍ୟବହାର ସନ୍ତୁଳନରେ ଗୁରୁତ୍ୱପୂଣ୍ଣ ର୍ ଭୂମିକା ନିର୍ବାହ କରେ । ପ୍ରସବୋତ୍ତର ଅବସାଦ ସମେତ ଅନେକ ମାନସିକ ବିକାର ଚିକିତ୍ସ ।ରେ ଏହା ସହାୟକ ବୋଲି ଜଣାପଡ଼ିଛି । ଅକ୍ସିଟୋସିନ୍ ସଂଗ୍ରାହକ କୋଷିକା ମସ୍ତିଷ୍କ କ୍ଷେତ୍ରରେ ଉପସ୍ଥିତ ଥାନ୍ତି । ମାନସିକ ଗତିବିଧି ନିୟନ୍ତ୍ରଣରେ ଏହା ସଂଶ୍ଳିଷ୍ଟ ବୋଲି କୁହାଯାଏ । ଏହି କୋଷିକା ମଧ୍ୟରେ ଅକ୍ସିଟୋସିନ୍ ସଂଗ୍ରାହକଗୁଡ଼ିକର ଅଭିବ୍ୟକ୍ତି କେବଳ ସେତେବେଳେ ଉପସ୍ଥିତ ଥାଏ, ଯେତେବେଳେ ଏଷ୍ଟ୍ରୋଜେନ୍ ମଧ୍ୟ ମହଜୁତ ଥାଏ । ଏହାର ଅର୍ଥ ମାନସିକ ଗତିବିଧିର ସନ୍ତୁଳନ ରକ୍ଷା କରିବାରେ ଏହି କୋଷିକାଗୁଡ଼ିକ ସଂଶ୍ଳିଷ୍ଟ । ଅକ୍ସିଟୋସିନ୍ ସଂଗ୍ରାହକଗୁଡ଼ିକର ଅପରିବର୍ତ୍ତିତ ଅଭିବ୍ୟକ୍ତି ଓ ପ୍ରସବୋତ୍ତର ଅବସାଦ ମଧ୍ୟରେ ସମ୍ପର୍କ ରହିଥିବା ନିକଟରେ ଏକାଧିକ ଅଧ୍ୟୟନ ମଧ୍ୟ ଦର୍ଶାଇଛି । ତେଣୁ ସଦ୍ୟ ଅଧ୍ୟୟନ ପରେ ଅକ୍ସିଟୋସିନ୍ ସଂଗ୍ରାହକ କୋଷିକା ଉପରେ ଫୋକସ୍ କରି ପ୍ରସବ ପରବର୍ତ୍ତୀ ଅବସାଦ ଚିକିତ୍ସ । ପାଇଁ ଫଳପ୍ରଦ ଔଷଧ ବିକାଶର ଦିଗ ଖୋଲିଛି । ମଣିଷ ସମେତ ବିଶ୍ୱର ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ଏହି ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ ବୋଲି ଏଲ୍ଏସ୍ୟୁ ଡିପାର୍ଟମେଣ୍ଟ ଅଫ୍ ବାୟୋଲୋଜିକାଲ୍ ସାଇନ୍ସେଜ୍ର ସହ ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଗବେଷକ ର‌୍ୟୋଇଚି ତେରୁୟାମା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons