ପ୍ରସବ ବେଦନା ସମୟରେ ପାନିଆ ଧରିଲେ, ଏହି ଯନ୍ତ୍ରଣାଦାୟକ ପରିସ୍ଥିତିରୁ ମହିଳା ଉପଷମ ପାଇପାରିବେ । ପାନିଆକୁ ହାତରେ ଜାବୁଡ଼ି ଧରିବା ଦ୍ୱାରା ତାହା ଆକ୍ୟୁପଂକଚର ବିନ୍ଦୁ ସଂସ୍ପର୍ଶରେ ଆସେ । ଫଳରେ ଯନ୍ତ୍ରଣା ଭୁଲିବାରେ ସାହାଯ୍ୟ କରେ । ହାତରେ ସ୍ନାୟୁର ଶେଷ ଭାଗ ଥାଏ ଏବଂ ଏହାର ପ୍ରତିକ୍ରିୟା ଦ୍ରୁତ ବେଗରେ ମସ୍ତିଷ୍କରେ ପହଞ୍ଚେ । ସନ୍ତାନ ଜନ୍ମ ଓ ତା’ ପରେ ମହିଳାଙ୍କୁ ସେବା ଯୋଗାଇ ଦେଉଥିବା ଏକ ‘ଟୋଗ୍ରାଫି କମ୍ପାନି ପ୍ରସବ ସମୟରେ ଜଣେ ମହିଳା ହାତରେ ଧରିଥିବା ପାନିଆର ଫଟୋ ପୋଷ୍ଟ କରିବା ପରେ ଏହି ପଦ୍ଧତି ଲୋକପ୍ରିୟ ହୋଇଛି । ଏହି ପଦ୍ଧତିରେ ପାନିଆ କିପରି ଆକ୍ୟୁପଂକଚର ବିନ୍ଦୁକୁ ଆଘାତ ଦିଏ ଏବଂ ଏହା ପ୍ରସବ ବେଦନା ନିୟନ୍ତ୍ରଣରେ କିପରି ସହାୟକ ହୁଏ, ସେ ସମ୍ପର୍କରେ କମ୍ପାନି ଫଟୋ ସହ କ୍ୟାପସନ୍ ମଧ୍ୟ ଦେଇଛି । ଫଟୋକୁ ନେଇ ୨୩ହଜାରରୁ ଅଧିକ କମେଣ୍ଟ ଆସିଛି । କିଛି ଏହାକୁ ସମର୍ଥନ କରୁଛନ୍ତି, ଆଉ କିଛି ଗାଳି ଦେଉଛନ୍ତି ।
Comments are closed, but trackbacks and pingbacks are open.