ପ୍ରସୂତିଙ୍କୁ ରକ୍ତଦେଲେ ସୁରକ୍ଷାକର୍ମୀ

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ ଜିଲ୍ଲା ହସପିଟାଲରେ ଚିକିତ୍ସାଧୀନ ଜଣେ ପ୍ରସୂତିଙ୍କୁ ରକ୍ତ ଦେଇଛନ୍ତି ଡିଏଚଏଚ୍ରେ କାର୍ଯ୍ୟରତ ଜଣେ ଯୁବ ସୁରକ୍ଷାକର୍ମୀ । ଯୁବକ ଜଣଙ୍କ ହେଲେ ବୋରିଗୁମ୍ମା ବ୍ଲକ କେନ୍ଦୁଗୁଡ଼ାର ଲବ ପେଣ୍ଠିଆ(୨୩) । ରକ୍ତ ଦେଇ ଜୀବନ ବଞ୍ଚାଇଥିବାରୁ ଲବଙ୍କୁ ମହିଳାଙ୍କ ପରିବାର ସାଧୁବାଦ ଜଣାଇଛନ୍ତି । ଏଥିସହ ଲବଙ୍କ ଏଭଳି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କୁନ୍ଦୁରା ବ୍ଳକ ବେହେରାଗୁଡ଼ାର ହାରାବତୀ ହରିଜନଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ତାଙ୍କୁ ଜିଲ୍ଲା ହସପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଦେହରେ ରକ୍ତ ନଥିବାରୁ ତୁରନ୍ତ ରକ୍ତ ଯୋଗାଡ଼ ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ଅସହାୟ ପରିବାର ରକ୍ତ ଯୋଗାଡ଼ କିପରି କରିବେ ଚିନ୍ତାରେ ପଡ଼ିଯାଇଥିଲେ । ଏ ସମ୍ପର୍କରେ ଜଣାପଡିବା ପରେ ରକ୍ତଦେବାକୁ ଲବ ଆଗେଇ ଆସିଥିଲେ । ବ୍ଲଡ୍ ବ୍ୟାଙ୍କକୁ ଯାଇ ଗୋଟିଏ ୟୁନିଟ୍ ‘ଏ ପଜିଟିଭ୍’ ରକ୍ତ ଦେଇଥିଲେ । ପ୍ରସୂତିଙ୍କୁ ଏହା ପ୍ରଦାନ କରାଯାଇଥିଲା । କେବଳ ଲବ ନୁହଁନ୍ତି, ଡାକ୍ତରଖାନାରେ କାମ କରୁଥିବା ଅନେକ ସୁରକ୍ଷାକର୍ମୀ ରୋଗୀଙ୍କ ଭଲମନ୍ଦରେ ନିଜକୁ ସାମିଲ କରୁଛନ୍ତି । ଦରକାର ବେଳେ ରକ୍ତ ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି । ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣେଶ୍ୱର ପେଣ୍ଠିଆ, ଦେବେନ୍ଦ୍ର ପେଣ୍ଠିଆ, ଟୁନା ଖିଲ, ବିକୁ ପ୍ରଧାନ, ପଦ୍ମନ ହାଲବା, ରମେଶ ଗଣ୍ଡା, ଧର୍ନୁଜୟ ଫେଣ୍ଠିଆ ପ୍ରମୁଖ ଉଦାହରଣ ସାଜିଛନ୍ତି ।

ରିପୋର୍ଟ: ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons