ପ୍ରିୟଙ୍କା ଓ ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀ, କଟକ ବଡ଼ ଡାକ୍ତରଖାନାରେ ହେବ ଆଉ ଏକ କିଡ୍ନୀ ପ୍ରତିରୋପଣ

Get real time updates directly on you device, subscribe now.

ଭୁବନେଶ୍ବର : ଏକ ମାସ ମଧ୍ୟରେ ରାଜ୍ୟରେ ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ । ପ୍ରିୟଙ୍କା, ସୁଚିତ୍ରାଙ୍କ ପରେ ରାଜଲକ୍ଷ୍ମୀଙ୍କ ଶରୀରର କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।
ବୁଧବାର ରାତିରେ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ ରାଜଲକ୍ଷ୍ମୀ ଦାସଙ୍କୁ ବ୍ରେନ୍ ଡେଡ୍ ମୃତ୍ୟୁ ହୋଇଥିଲା । ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ଅଙ୍ଗଦାନ ପାଇଁ ପରିବାରର ନିଷ୍ପତ୍ତି ନେଇଥିଲେ । ଏହାପରେ ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ସଫଳତାର ସହ କିଡନୀ କଢାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସସିବିକୁ ପଠାଯାଇଛି । ସେଠାରେ ୨ ରୋଗୀଙ୍କଠାରେ କିଡନୀ ପ୍ରତିରୋପଣ କରାଯିବ । ଏସସିବିରେ ଚିକିତ୍ସାଧୀନ ମୟୂରଭଞ୍ଜ ଜିଲ୍ଲାର ରୀତାରାଣୀ ମହନ୍ତ ଏବଂ କାମାକ୍ଷାନଗରର ରତ୍ନାକର ମହାନ୍ତିଙ୍କ ଶରୀରରେ ରାଜଲକ୍ଷ୍ମୀଙ୍କ କିଡନୀ ପ୍ରତିରୋପଣ କରାଯିବ ।
ଗତ ୨ ତାରିଖରେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ଅଭିମନ୍ୟୁ ଦାସଙ୍କ ପତ୍ନୀ ରାଜଲକ୍ଷ୍ମୀ ଦାସ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ପରିବାର ଲୋକ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା । ଗତକାଲି ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ।
ପରିବାର ଲୋକ ରାଜଲକ୍ଷ୍ମୀଙ୍କ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେବା ପରେ ବିଳମ୍ବିତ ରାତିରେ ସମସ୍ତ ଆନୁଷଙ୍ଗିକ କାର୍ୟ୍ୟ ଶେଷ ହୋଇଥିଲା। ଏସସିବିର ମୂତ୍ରଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ବର ହୋତାଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଡାକ୍ତର ଦଳ ହାଇଟେକରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ଶରୀରରୁ କିଡନୀ କାଢ଼ିଥିଲେ । ଏହାପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସସିବିକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons