ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼

Get real time updates directly on you device, subscribe now.

ଉଦଳା:ପରକୀୟା ପ୍ରୀତି ପଡିଲା ମହଙ୍ଗା ।ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ସହିତ ପରକୀୟା ପ୍ରୀତି ରଖିଥିବା ବେଳେ ଉଭୟଙ୍କୁ ଅଂସଯତ ଅବସ୍ଥାରେ ଧରିବା ପରେ ଗଛରେ ବାନ୍ଧିଲେ ଗ୍ରାମବାସୀ ।ଏଭଳି ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ ।ଉଦଳା ଥାନା ଅଧୀନ ସ୍ଥାନୀୟ ଏନଏସିର ଜଣେ ବିବାହିତା ମହିଳା ଜଣେ ଯୁବକ ସହିତ ପରକୀୟା ପ୍ରୀତିରେ ରହିଥିଲେ ।ଉଭୟ ଗତକାଲି ସ୍ଥାନୀୟ ଏନଏସି ୧୧ ନଂ ୱାର୍ଡରେ ଏକ ଅପରିତ୍ୟକ୍ତ ଘର ଭିତରେ ଅସଂଯତ ଅବସ୍ଥାରେ ରହିଥିବା ବେଳେ ସ୍ଥାନୀୟ ଲାକେ ଏହା ଦେଖିବାକୁ ପାଇଥିଲେ ।ପରେ ଉଭୟ ମହିଳା ଏବଂ ଯୁବକଙ୍କ ହାତକୁ ଦଉଡିରେ ବାନ୍ଧି ରଖିବା ସହିତ ଗଛରେ ବାନ୍ଧି ଦେଇଥିଲେ ।ଦୀର୍ଘ ଦେଢ ଘଂଟାରୁ ଅଧିକ ସମୟ ଉଭୟଙ୍କୁ ଗଛରେ ବାନ୍ଧି ରଖିବା ସହିତ ଏକ ପ୍ରକାର କଙ୍ଗାରୁ କୋର୍ଟ ଚାଲିଥିଲା ।ଏପରିକି ମହିଳା ଏବଂ ଯୁବକଙ୍କୁ ଗ୍ରାମବାସୀ ମାଡ ମଧ୍ୟ ମାରିଥିବା ଜଣାଯାଇଛି ।ଏ ନେଇ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ।ପରେ ଗ୍ରାମବାସୀ ଦୁଇ ଜଣଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ । ତେବେ ଉଭୟ ବିବାହିତା ମହିଳା ଏବଂ ଯୁବକଙ୍କ ଘର ସ୍ଥାନୀୟ ଥାନା ଅଂଚଳର ବୋଲି ଜଣାଯାଇଛି ।ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons