ପ୍ଲାଜ୍ମା ଦେଲେ ଓଡ୍ରାଫର ୩ ଯବାନ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): କରୋନାରେ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ଲାଜ୍ମା ଦେଇଛନ୍ତି କୋରାପୁଟ ଓଡ୍ରାଫର ୩ ଜଣ ଯବାନ । ସେମାନେ ହେଲେ ହାବିଲଦାର ରଞ୍ଜନ କୁମାର ସାହୁ, ହାବିଲଦାର ମାଝି ଶବର ଏବଂ ସିପାହୀ ତରୁଣ କୁମାର ଦାସ । ଯବାନଙ୍କ ଏଭଳି ଉଦ୍ୟମକୁ ଡିଜିପି ଅଭୟ ସାଧୁବାଦ ଜଣାଇ ଟ୍ୱିଟ୍ କରିଛନ୍ତି । ଆଉ ୩ ଜଣ ଯବାନ୍ ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ଅଛନ୍ତି । ସଂଗ୍ରହ କରାଯାଇଥିବା ପ୍ଲାଜମା ୨ଜଣ ରୋଗୀଙ୍କୁ ଦିଆଯାଇଥିବା ହାବିଲଦାର ଶ୍ରୀ ସାହୁ କହିଛନ୍ତି ।
ଶ୍ରୀ ସାହୁ କହିଛନ୍ତି, କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପୀ ସଫଳ ହେଉଛି । ଏହାକୁ ଆଖିରେ ରଖି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏବଂ ଡିଜିପିଙ୍କ ଅପିଲ ପରେ ଉତ୍ସାହିତ ହୋଇ କୋରାପୁଟ ତୃତୀୟ ବଟାଲିୟନ ଓଡ୍ରାଫ୍ ଟିମ୍ର ୬ ଜଣ ପ୍ଲାଜମା ଦେବାକୁ ଅନୁମତି ମାଗିଥିଲେ । ପ୍ରଥମ ପର୍ଯ୍ୟାୟରେ ଗୁରବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ପ୍ଲାଜମା ବ୍ୟାଙ୍କ୍ରେ ସେମାନେ ୩ଜଣ ପହଞ୍ଚିଥିଲେ । ବିଭିନ୍ନ ପ୍ରକାର ପରୀକ୍ଷା ପରେ ସେମାନଙ୍କର ପ୍ଲାଜମା ସଂଗ୍ରହ ଶୁକ୍ରବାର କରାଯାଇଥିଲା । ଶରୀରରୁ ରକ୍ତ ଏକ ମେସିନ୍ ଭିତର ଦେଇ ଯିବା ପରେ ସେଥିରୁ ପ୍ଲାଜମା ଅଲଗା କରାଯାଇ ପ୍ୟାକେଟରେ ସଂରକ୍ଷିତ କରାଯାଇଥିଲା । ପ୍ଲାଜମା ସଂଗ୍ରହ ପରେ ବଳକା ରକ୍ତ ପୁଣି ଥରେ ସେମାନଙ୍କ ଶରୀର ଭିତରକୁ ଛାଡି ଦିଆଯାଇଥିଲା । ଏଥିଲାଗି ପ୍ରାୟ ଦେଢ ଘଣ୍ଟା ସମୟ ଲାଗିଥିଲା । ବି ପଜିଟିଭ୍ ରକ୍ତରୁ ସଂଗୃହିତ ପ୍ଲାଜମ ଦରକାର ଥିବାରୁ ତୁରନ୍ତ ସେଗୁଡିକୁ ରୋଗୀଙ୍କୁ ଦେବାକୁ ପଠାଗଲା ବୋଲି ଅଧିକାରୀମାନେ କହିଥିଲେ । ଏଭଳି ଉଦ୍ୟମକୁ ପ୍ଲାଜମା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ । ଓଡ୍ରାଫ ନୋଡାଲ ଅଫିସର ତଥା କଟକ ଷÂ ବଟାଲିୟନ କମାଣ୍ଡାଣ୍ଟ ବିଜୟଚନ୍ଦ୍ର ପ୍ରଧାନ ଏବଂ କୋରପୁଟ ଓଏସ୍ଏପି ତୃତୀୟ ବଟାଲିୟନ କମାଣ୍ଡାଣ୍ଟ ପ୍ରଭାତ କିଶୋର ଦାସ୍ ମଧ୍ୟ ଏଥିଲାଗି ସାଧୁବାଦ୍ ଜଣାଇଛନ୍ତି । ଶନିବାର ସିପାହୀ ଶ୍ରୀ ଦାସଙ୍କ ଠାରୁ ପ୍ଲାଜମା ସଂଗ୍ରହ କରାଯାଇଥିଲା ।
ସୂଚନାଥାଉକି, ଗତ ମେ’ରେ ବାତ୍ୟା ଅମ୍ଫାନରେ କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଲାଗି କୋରାପୁଟ ଓଡ୍ରାଫ ଟିମ୍ର ୨୬ ଜଣ ଯବାନ ପଶ୍ଚିମବଙ୍ଗ ଯାଇଥିଲେ । ମେ’ ୨୩ରେ ବାହାର କାମ ସାରି ଜୁନ ୫ରେ ଓଡିଶା ଫେରିଥିଲେ । ସେମାନଙ୍କ ଭିତରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚିକିତ୍ସା ଏବଂ ହୋମ କ୍ୱାରେଣ୍ଟାଇନ ପରେ ସମସ୍ତେ ଭଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons