ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ଜାତୀୟ ଉଚ୍ଚଶିକ୍ଷା ମାନଚିତ୍ରରେ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରାଧାନ୍ୟତା ରହି ଆସିଛି । ଏହି ଶିକ୍ଷାନୁÂାନ ସବୁବେଳେ ଶିକ୍ଷା କ୍ଷେତ୍ରରେ ଉକ୍ରର୍ଷତା ପ୍ରଦର୍ଶନ କରି ରାଜ୍ୟର ଶୈକ୍ଷିକ ଆକାଂକ୍ଷାକୁ ଆଗକୁ ନେବାର ଗୁରୁଦାୟିତ୍ୱ ବହନ କରି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବ୍ଲି ଉତ୍ସବ (୭୫ବର୍ଷ ପୂର୍ତ୍ତି) ଆଜି ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବ୍ଲି ପାଳନ କରୁଥିବାରୁ ସମସ୍ତଙ୍କୁ ଅଭିନନ୍ଦନ । ଉକ୍ରଳ ବିଶ୍ୱବିଦ୍ୟାଳୟ, ରାଜ୍ୟ ତଥା ଦେଶର ଆବଶ୍ୟକତା ଅନୁସାରେ ଯୁବପିଢ଼ିଙ୍କର ଅନ୍ତର୍ନିହିତ ଗୁଣକୁ କାର୍ଯ୍ୟରେ ଲଗାଇ ସେବା କରିପାରିଛି । ଏହି ବିଶ୍ୱବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅବଦାନକୁ ମନେ ପକାଇ ଦେଉଛି । ଏହି ମହାପୁରୁଷମାନେ ଉକ୍ରଳ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ରାଜ୍ୟରେ ବୌଦ୍ଧିକ ସମ୍ବଳର ପୁଞ୍ଜିକରଣ ପାଇଁ କଳ୍ପନା କରିଥିବାରୁ, ମୁଁ ଓଡ଼ିଶାର ଏହି ବରପୁତ୍ରମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ଶିକ୍ଷାର ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛି । ଏପରିକି ଉକ୍ରଳ ବିଶ୍ୱବିଦ୍ୟାଳୟରେ ୬ଟି ଉକ୍ରର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସିଲେନ୍ସ) ଖୋଲିବା ପାଇଁ ରାଜ୍ୟ ସରକାର ଶହେ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେଥିରୁ ଚଳିତ ଶିକ୍ଷା ବର୍ଷରେ ଏ ପର୍ଯ୍ୟନ୍ତ ୪୦ କୋଟି ଟଙ୍କା ଦିଆଯାଇଛି । ଶିକ୍ଷାନୁÂାନରେ ଶିକ୍ଷକ ଓ ଛାତ୍ର ହେଉଛନ୍ତି ମୁଖ୍ୟ ଉପାଦାନ । ପଢ଼ିବା ଓ ପଢ଼ାଇବା ହେଉଛି ଏକ ଚିରନ୍ତନ ବିକାଶ ପ୍ରକ୍ରିୟା । ପରିଚାଳନା ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ଶିକ୍ଷା ସମ୍ବଳ, ପାଠ୍ୟକ୍ରମ ପରିଚାଳନା ଆଦି ଗୁଣାତ୍ମକ ମାନବ ସମ୍ବଳ ବିକାଶରେ ସହାୟକ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଯୁବକମାନେ ହେଉଛନ୍ତି ଏକ ରାଷ୍ଟ୍ରର ବାସ୍ତବ କ୍ଷମତା । ସେମାନଙ୍କ ଶିକ୍ଷା, ଜ୍ଞାନ, ସୃଜନଶୀଳତା, ନବାଚାର ଦକ୍ଷତା ଓ ଦୁନିଆକୁ ଜିତିବାର ଅଦମ୍ୟ ଭାବନା ରାଷ୍ଟ୍ରର ଭବିଷ୍ୟତ ନିଷ୍ପତ୍ତି କରିଥାଏ । ଓଡ଼ିଶା ବର୍ତ୍ତମାନ ଅଭୂତପୂର୍ବ ବିକାଶ ପ୍ରକ୍ରିୟା ରାସ୍ତାରେ ଆଗେଇ ଚାଲିଛି । ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିପାରିଛି । ଆପଣମାନେ ମଧ୍ୟ ଏହି ଆନେ୍ଦାଳନରେ ସାମିଲ ହୋଇ ନିଜର ଉପସ୍ଥିତିକୁ ସଫଳତା ଓ ଉପଲବ୍ଧି ଦ୍ୱାରା ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ପୁରାତନ ଛାତ୍ର ଡ. ଅରୁଣ କୁମାର ସାହୁ କହିଛନ୍ତି, ପ୍ଲାଟିନିୟମ ଜୁବ୍ଲି ଏକ ସାଧାରଣ ଉତ୍ସବ କି ମହୋତ୍ସବ ନୁହେଁ । ଏହା ଆମ ଜୀବନରେ ଏକ ମାଇଲଖୁଣ୍ଟ ଭାବେ ସ୍ମୃତି ହୋଇରହିବ । ଗୋଟିଏ ଉତ୍ସବରେ ସମସ୍ତଙ୍କୁ ଏକାଠି କରିବା ପାଇଁ ପ୍ରତ୍ୟେକଙ୍କର ନିÂା, ଚେଷ୍ଟା ଓ ପ୍ରଚେଷ୍ଟା ଦ୍ୱାରା ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ସଫଳ ହୋଇପାରିଛି । ନିଜ ଛାତ୍ର ଜୀବନର ଅନୁଭୂତି ବଖାଣିବା ସହ ଛାତ୍ରସଂସଦ ସଭାପତି ପ୍ରାର୍ଥୀ ହୋଇଥିବା ବେଳେ ଦେଇଥିବା ନିର୍ବାଚନୀ ଅଭିଭାଷଣକୁ ମନେ ପକାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ । ଚଳିତ ବର୍ଷ ରାଜ୍ୟ ସରକାର ପାଚେରୀ ନିର୍ମାଣ ଓ ଏମ୍କେସିଜି ଅଡିଟୋରିଅମର ବିକାଶ ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ଦେଇଛନ୍ତି । ସେଥିରୁ ପାଚେରୀ ନିର୍ମାଣରେ ୮ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଅବଶିଷ୍ଟ ୫ କୋଟି ୭୦ ଲକ୍ଷ ପ୍ରେକ୍ଷାଳୟର ପୁନର୍ନିର୍ମାଣ ପାଇଁ ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି ।
ଉତ୍ସବରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ବିଶ୍ୱବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଇତିହାସ ମନେ ପକାଇବା ସହ ବିଦ୍ୟାର୍ଥୀ ଓ ଅଧ୍ୟାପକଙ୍କ ମଧ୍ୟରେ ଥିବା ଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ । ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ, ବିଧାୟକ ସୁଶାନ୍ତ ରାଉତ ମଞ୍ଚରେ ଉପସ୍ଥିତ ଥିଲେ । ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧିତ କରିଥିବା ବେଳେ କୁଳସଚିବ ଦୟାନିଧି ନାୟକ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ସେଣ୍ଟ୍ରାଲ ଇନଷ୍ଟ୍ରୁ୍ୟମେଣ୍ଟେସନ୍ ସେଣ୍ଟର୍ ଓ ଡିଜିଟାଲ୍ ଲାଇବ୍ରେରୀ ବିଲ୍ଡିଂକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସହିତ ପ୍ରାଚୀର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆସନ୍ତାକାଲି ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ କାର୍ଯ୍ୟକ୍ରମ ଅନୁÂିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Comments are closed, but trackbacks and pingbacks are open.