ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବନଖଣ୍ଡର ପାଟଣା ବନାଞ୍ଚଳ ଅଧୀନ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୧୦ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି । ତଦନ୍ତ ପରେ ଏହା ପ୍ରମାଣିତ ହୋଇଥିବାରୁ ପାଟଣା ଫରେଷ୍ଟର ଜ୍ୟୋତ୍ସ୍ନାରାଣୀ ବେହେରା ଓ ପୋଇପାଣି ବନରକ୍ଷୀ ମଧୁସ୍ମିତା ଦୋରାଙ୍କୁ ମଙ୍ଗଳବାର ନିଲମ୍ବିତ କରିଛନ୍ତି କେନ୍ଦୁଝର ଡିଏଫ୍ଓ ସ୍ୱୟମ୍ ମଲ୍ଲିକ ।
କେନ୍ଦୁଝର ବନଖଣ୍ଡ ପକ୍ଷରୁ କାମ୍ପା ଅନୁଦାନରେ ପାଟଣା ବନାଞ୍ଚଳର ପୋଇପାଣି ସରଂକ୍ଷିତ ଜଙ୍ଗଲରେ ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଜୁଲାଇ ମାସରେ ଉକ୍ତ ଅଞ୍ଚଳର ବନରକ୍ଷୀ ମଧୁସ୍ମିତା ଦୋରା ପ୍ରାୟ ୫ ହଜାର ଗଛ କାନ୍ଝରି ନଦୀକୂଳରେ ଲଗାଇ ଥିଲେ । ପରବର୍ତ୍ତୀ ସମୟରେ ବିଭାଗୀୟ ବନପାଳ ଜ୍ୟୋସ୍ନାରାଣୀ ବେହେରା ବନରକ୍ଷୀଙ୍କ ହାତରୁ କ୍ଷମତାକୁ କାଢ଼ି ନେଇ ସଂରକ୍ଷିତ ଜଙ୍ଗଲରେ ଗଛ ଲଗାଇଥିଲେ । ଫଳରେ ବୃକ୍ଷରୋପଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଫରେଷ୍ଟର ସଂରକ୍ଷିତ ଜଙ୍ଗଲରେ ଗଛ ଲଗାଇବା ପାଇଁ ଗାତ ଖୋଳି ନାଁକୁ ମାତ୍ର କିଛି ଗଛ ଲଗାଇ ବୃକ୍ଷରୋପଣ ଅନୁଦାନକୁ ହଡ଼ପ କରିବାକୁ ଚକ୍ରାନ୍ତ କରିଥିଲେ । ଏଥିନେଇ ବନ ସୁରକ୍ଷା ସମିତି ଫରେଷ୍ଟରଙ୍କୁ ବିରୋଧ କରିଥିଲା । ବର୍ଷାଦିନ ପରେ ଘଞ୍ଚ ଜଙ୍ଗଲରେ ଗଛ ଲଗାଉଥିବାରୁ ବନସୁରକ୍ଷା ସମିତି ପ୍ରତିବାଦ କରିଥିଲା । ଏଥିନେଇ ଡିଏଫ୍ଓଙ୍କ ନିକଟରେ ମଧ୍ୟ ବନ ସୁରକ୍ଷା ସମିତି ଓ ଗ୍ରାମବାସୀ ପଦ୍ମଚରଣ ମହାନ୍ତ, ଲୁଲୁ ମୁଣ୍ଡା, ବାବୁଲ କାରୁଆ ପ୍ରମୁଖ ଲିଖିତ ଅଭିଯୋଗ କରିଥିଲେ । କେନ୍ଦୁଝର ଡିଏଫ୍ଓ ଶ୍ରୀ ମଲ୍ଲିକ ଏସିଏଫ୍ ଘନଶ୍ୟାମ ମହାନ୍ତଙ୍କୁ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦେଇଥିଲେ । ଉକ୍ତ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ଏସିଏଫ୍ ତଦନ୍ତ ପୂର୍ବରୁ ଫରେଷ୍ଟର ଆଉ କିଛି ଗଛ ନେଇ ସେଠାରେ ପହଞ୍ଚିଥିଲେ । ହେଲେ ଗ୍ରାମବାସୀ ଗଛ ଗୁଡିକ ଜବତ କରି ଫରେଷ୍ଟରଙ୍କୁ ଲଗାଇବାକୁ ଦେଇନଥିଲେ । ଏସିଏଫ୍ ଘନଶ୍ୟାମ ମହାନ୍ତ ସଂରକ୍ଷିତ ଜଙ୍ଗଲରେ କରାଯାଇଥିବା ବୃକ୍ଷରୋପଣ ଗଣତି କରିଥିଲେ । ବୃକ୍ଷରୋପଣର ୧ ମାସ ପରେ ୧୦ ହଜାର ଗଛରୁ ୪ ହଜାର ଗଛର ପତ୍ତା ମିଳିନଥିଲା । ଏଥିନେଇ ଏସିଏଫ୍ ରିପୋର୍ଟ ପ୍ରଦାନ କରିବା ପରେ ଡିଏଫ୍ଓ ଶ୍ରୀ ମଲ୍ଲିକ ମଙ୍ଗଳବାର ଦୁଇ କର୍ମଚାରୀ ଫରେଷ୍ଟର ଓ ଗାର୍ଡକୁ ନିଲମ୍ବନ କରିଛନ୍ତି ।
ଏ ସମ୍ପର୍କରେ ଡିଏଫଓଙ୍କୁ ଯୋଗାଯୋଗ କରିବାରୁ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୃକ୍ଷରୋପଣ ନାଁରେ ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇଥିଲା । ଦାୟିତ୍ୱରେ ଥିବା ଫରେଷ୍ଟର ଓ ଗାର୍ଡ ବୃକ୍ଷରୋପଣ ପାଇଁ ନିର୍ଦ୍ଧାରିତ ସମୟରେ ଗଛ ନଲଗାଇ କେବଳ ଅନୁଦାନ ହଡ଼ପ ପାଇଁ ଉଦ୍ୟମ କରିଥିଲେ । ଖୋଲାଖୋଲି ଭାବେ ସରକାରୀ ନିୟମକୁ ଉଲ୍ଲଂଘନ କରିବା ପ୍ରମାଣ ମିଳିଥିଲା । ତେଣୁ ଫରେଷ୍ଟର ଜ୍ୟୋତ୍ସ୍ନାରାଣୀ ଓ ଗାର୍ଡ ମଧୁସ୍ମିତାକୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons