କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): ମାସକ ପରେ କବିସୂର୍ଯ୍ୟନଗର ପୁଲିସକୁ ମିଳିଛି ସଫଳତା । ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଛି । ଏଥିସହ ଲୁଟ୍ ହୋଇଥିବା ୨୧ ହଜାର ୬ଶହ ଟଙ୍କା, ଗୋଟିଏ ଛୁରି, ୨ଟି ବାଇକ୍ ଜବତ କରାଯାଇଛି । ଗିରଫମାନେ ଆସିକା ଥାନା କେନ୍ଦୁପଦର ଗ୍ରାମର ରାଜା ପ୍ରଧାନ, ବୁଗୁଡ଼ା ଥାନା ଗୋଲିଆ ଗ୍ରାମର ବଣ୍ଟି ପ୍ରଧାନ ଓ ସନ୍ନ୍ୟାସୀ ପୋଲେଇ ଏବଂ ଡୁଙ୍ଗୁରି ଗ୍ରାମର ଜିତେନ୍ଦ୍ର ଖଟାଇ ବୋଲି ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି ।
ସୂଚନାପ୍ରକାରେ, ଆସିକାର ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଗାଁ ଗାଁ ବୁଲି ମହିଳା ଗୋÂୀଙ୍କୁ ଋଣ ଦେବାସହ ଟଙ୍କା ଆଦାୟ କରିଥାନ୍ତି । କମ୍ପାନୀ କର୍ମଚାରୀ ଗୋଳନ୍ଥରା ଗ୍ରାମର ଦିବାକର ବେହେରା ଟଙ୍କା ଆଦାୟ କରି ଗତମାସ ୨ ତାରିଖରେ ଫେରୁଥିଲେ । ଡୁଙ୍ଗୁରୀ-ବାଲିଛାଇ ମଧ୍ୟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଦେଖାଇ ଟଙ୍କା ବ୍ୟାଗ୍, ସ୍ୱାଇପ୍ ମେସିନ୍ ଓ ବାଇକ୍ ଲୁଟ୍ କରି ଫେରାର ହୋଇଯାଇଥିଲେ । ଏନେଇ ଦିବାକର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୧/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ଜାଗାରେ ଚଢ଼ଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଆଜି ଥାନା ପରିସରରେ ପ୍ରେସ୍ମିଟ୍ରେ ଥାନାଧିକାରୀ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.