ଫାଇନ୍ ଦେଲେ ଅପରାଜିତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): କୋଭିଡ୍ ନିୟମ ଭଙ୍ଗ କରି ସ୍ୱେଚ୍ଛାକୃତ ଭାବେ ଫାଇନ୍ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏ ସମ୍ପର୍କରେ ଖୋଦ୍ ଅପରାଜିତା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ । ତାଙ୍କୁ ବୁଝାଶୁଝା କରିବାକୁ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହ ଭୁବନେଶ୍ୱର ସାଂସଦ ଅପରାଜିତା ମଧ୍ୟ ଜଗନ୍ନାଥଙ୍କ ଘରକୁ ଯାଇଥିଲେ । ଏହାପରେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇ ବିଜେପିକୁ ଫେରି ଆସିଲେ ଜଗନ୍ନାଥ । ହେଲେ କରୋନା ପରିମହାମାରୀ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଜଗନ୍ନାଥଙ୍କ ଘରେ କିଛି ବିଜେପି ନେତା, କର୍ମୀ ଏକାଠି ହୋଇଥିଲେ । ଏକାଧିକ ଲୋକ ଏକାଠି ହେବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ନିଜେ ଆଗକୁ ଆସି ଲୋକଙ୍କ ଆବେଗକୁ ସମ୍ମାନ ଜଣାଇବା ସହ ଫାଇନ୍ ଦେଇଥିବା କହିଛନ୍ତି ଅପରାଜିତା । ଏହା ଭଲଲକ୍ଷଣ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons