ଫିନାଇଲ ପିଇ ଦେଇଥିଲେ ପରିବାରର ୫ ସଦସ୍ୟ: ଆଖି ବୁଜିଲା ସାନ ପୁଅ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଘରର ବଡ଼ ପୁଅର ମୃତୁ୍ୟରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଉପରେ ପଡ଼ିଲା ପୁଣି ଏକ ଚଡ଼କ । ମଙ୍ଗଳବାର ମା’ ସମେତ ୩ ଭଉଣୀ ଓ ଜଣେ ଭାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଫିନାଇଲ୍ ପିଇ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ସାନ ପୁଅ ଶ୍ରୀକାନ୍ତ ମିଶ୍ୱାଳ ମଙ୍ଗଳବାର ରାତିରେ ଆଖି ବୁଜିଛି । ଏବେ ବି ମା’ ଓ ୩ ଭଉଣୀ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ଘଟିଛି ଏପରି ଅଭାବନୀୟ ଘଟଣା । ପରିବାରର ବଡ଼ ପୁଅର ଶବ ସକ୍ରାର ହୋଇପାରିନଥିବା ବେଳେ ଏବେ ସାନ ପୁଅର ମୃତୁ୍ୟ ଯୋଗୁ ପରିବାର ଉପରେ କଳା ବାଦଲ ଘୋଟିଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦୁର୍ଘଟଣାରେ ଗୁରୁତର ହୋଇ ଘରର ବଡ଼ ପୁଅ ୨ ବର୍ଷ ହେବ ଘରେ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ମଙ୍ଗଳବାର ତାଙ୍କର ମୃତୁ୍ୟ ହୋଇଥିଲା । ଘରେ ମୃତଦେହ ପଡିଥିବା ବେଳେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ପିଷ୍ପତ୍ତି ନେଇ ଫିନାଇଲ ପିଇ ଦେଇଥିଲେ । ଖବର ପଇ ପୋଲିସ ପହଞ୍ଚି ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ସାନ ପୁଅ ଶ୍ରୀକାନ୍ତ ମଙ୍ଗଳବାର ରାତିରେ ଆଖି ବୁଝିଛନ୍ତି । ଏବେ ଗୁରୁତର ମା’ ଓ ୨ ଭଉଣୀ ଝାରସୁଗୁଡ଼ା ମେଡିକାଲରେ ଓ ଅନ୍ୟ ଜଣେ ଗୁରୁତର ଏବେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏବେ ବି ବଡ଼ ପୁଅଙ୍କ ଶବ ସକ୍ରାର ହୋଇପାରି ନଥିବା ବେଳେ ତାହା ଝାରସୁଗୁଡ଼ା ମେଡିକାଲର ଶବ ଗୃହରେ ରଖାଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons