ଫିଲ୍ମ କରିବେ ‘ପବିତ୍ର ରିସ୍ତା’ ଅଭିନେତ୍ରୀ

Get real time updates directly on you device, subscribe now.

ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘ପବିତ୍ର ରିସ୍ତା’ର ଅଭିନେତ୍ରୀ ଆଶା ନେଗି ପ୍ରଯୋଜକ ଅନୁରାଗ ବାସୁଙ୍କ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିବାକୁ ଯାଉଛନ୍ତି । ଫିଲ୍ମର ନାମ ‘ମେଟ୍ରୋ ୨’ । ଏହି ଫିଲ୍ମରେ ଆଶା ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ରୋମାନ୍ସ କରୁଥିବା ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଗଲାଣି । ଆଶା ଏବଂ ଅଭିଷେକଙ୍କ ଛଡ଼ା ଏହି ଫିଲ୍ମରେ ଅଭିନେତା ରାଜକୁମାର ରାଓ ନଜର ଆସିବେ । ଫିଲ୍ମରେ ଆଶା ମୁଖ୍ୟ ଚରିତ୍ରରେ ରହିଛନ୍ତି । ଆଶାଙ୍କୁ ଶେଷ ଥର ପାଇଁ ଧାରାବାହିକ ‘କୁଛ ତୋ ହୈ ତେରେ ମେରେ ଦରମିୟା’ରେ ଦର୍ଶକ ଦେଖିବାକୁ ପାଇଥିଲେ । ଏହାର ୩ ବର୍ଷ ପରେ ଆଶା ଏକ ୱେବ ସିରିଜ୍ କରିଥିଲେ । ତେବେ ଆଶାଙ୍କ ଟିଭି ଧାରାବାହିକ ଜୀବନ ବେଶ୍ କିଛି ଦିନ ଭଲ ଚାଲିଥିଲା । ପରେ ତାଙ୍କର ଦୁଇଟି ଧାରାବାହିକର ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିଲା । କାରଣ ସେହି ଧାରାବାହିକର ଟିଆର୍ପି (ଟେଲିଭିଜନ୍ ରେଟିଂ ପଏଣ୍ଟ) ଭଲ ହୋଇନଥିଲା । ଏହି କାରଣରୁ ସେ ଡିପ୍ରେସନ୍ରେ ଚାଲିଯାଇ କ୍ୟାମେରା ଆଗକୁ ଆସିବାକୁ ଡରୁଥିଲେ ବୋଲି ଆଶା ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି । ଫିଲ୍ମରେ ଅଭିନୟ କରିବା ନେଇ ସେ ଖୁସିରେ କହିଛନ୍ତି, ବିନା ସଂଘର୍ଷରେ ମୁଁ ଧାରାବାହିକ ପବିତ୍ର ରିସ୍ତାରେ କାମ କରିବାର ସୁଯୋଗ ପାଇଥିଲି । ଏହି ଧାରାବାହିକ ପରେ ସଂଘର୍ଷ କ’ଣ ମୁଁ ଜାଣିବାକୁ ପାଇଲି । ମୁଁ ମୋର ଜୀବନରେ ବହୁତ ଖରାପ ସମୟ ଦେଇ ଗତି କରିଛି । ଭଗବାନ ମୋତେ ଏହି ସୁଯୋଗ ଦେଇଛନ୍ତି । ଏହି ସୁଯୋଗ ମାଧ୍ୟମରେ ଦର୍ଶକଙ୍କ ମନକୁ ପୁଣି ଥରେ ଜିତିବାକୁ ଚେଷ୍ଟା କରିବି । ସୂଚନା ଥାଉଯେ, ଅନୁରାଗ ବାସୁଙ୍କ ଫିଲ୍ମ ‘ମେଟ୍ରୋ’ ୨୦୦୭ରେ ମୁକ୍ତିଲାଭ କରିଥିଲା । ତାହା ଏକ ମଲ୍ଟି ଷ୍ଟାରେର୍ ଫିଲ୍ମ ଥିଲା । ଅର୍ଥାତ୍ ସେହି ଫିଲ୍ମରେ ବହୁ କଳାକାର ଅଭିନୟ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons