ଫୁଲବାଣୀ,(ବି.ବି.ନୁ୍ୟଜ୍): ଡାକ୍ତରଙ୍କୁ ଦେହ ଦେଖାଇଲ । କଣ କହିଲେ.. । ଡାକ୍ତର କେମିତି ବ୍ୟବହାର କଲେ । ଭଲରେ କଥାବାର୍ତ୍ତା କଲେ ତ.. । ଔଷଧ ମାଗଣାରେ ପାଉଛ ନା ଟଙ୍କା ଦେବାକୁ ପଡ଼ୁଛି । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଏଭଳି ପଚାରି ବୁଝିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫- ଟି କାର୍ଯ୍ୟକ୍ରମ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଓ ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ୍ । ‘ମୋ ସରକାର’ ଯୋଜନା ତୃଣମୂଳ ସ୍ତରରେ କିଭଳି ଲୋକଙ୍କ ପାଖରେ ପହଞ୍ଚୁଛି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାହାର ଯାଞ୍ଚ କରିଛନ୍ତି ବରିÂ ପ୍ରଶାସକମାନେ ।

ଆଜି ପୂର୍ବାହ୍ନ ପ୍ରାୟ ୯ଟା । ହେଲିକପ୍ଟର ଯୋଗେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିଦେ୍ର୍ଧଶିକା କନ୍ଧମାଳ ଜିଲ୍ଲା ଗୁଦାରି ଠାରେ ପହଞ୍ଚି ଥିଲେ । ସେଠାରୁ ସିଧା ଗଲେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ । ପ୍ରଥମେ ମାତୃ ଓ ଶିଶୁ ବିଭାଗ ପରିଦର୍ଶନ କରିଥିଲେ । ସେଠାରେ ରୋଗୀମାନେ ଶଯ୍ୟା ଅଭାବରୁ ତଳେ ଚିକିତ୍ସିତ ହେଉଥିବା ଦେଖି ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ମଞ୍ଜୁରୀପ୍ରାପ୍ତ ଶଯ୍ୟା ଠାରୁ ଅଧିକ ରୋଗୀ ଆସୁଥିବାରୁ ଏପରି ସମସ୍ୟା ହେଉଥିବା ସିଡିଏମ୍ଓ କହିଛନ୍ତି । ମୁଖ୍ୟ ଶାସନ ସଚିବ ଅଧିକ ଶଯ୍ୟା ବୃଦ୍ଧି କରିବାକୁ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକାଙ୍କୁ ପରାମର୍ଶ ଦେଇଛନ୍ତି । ଉଭୟ ମୁଖ୍ୟ ଶାସନ ସଚିବ ଓ ନିଦେ୍ର୍ଧଶିକା ଆଉଟ୍ଡୋରକୁ ଯାଇ ଜଣଜଣ କରି ରୋଗୀଙ୍କ ସହ କଥା ହୋଇ ରୋଗୀଙ୍କୁ ମାଗଣା ଔଷଧ, ଠିକ୍ଭାବେ ଚିକିତ୍ସା ମିଳୁଛି ନା ନାହିଁ, ନିଦାନରେ ସମସ୍ତ ପ୍ରକାର ଔଷଧ ଅଛି ନା ନାହିଁ ବୁଝିଥିଲେ । ପରେ ସର୍ଜରୀ ୱାର୍ଡ ଓ ଡାଏଲେସିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଠିକ୍ ଭାବେ ଚିକିତ୍ସା ମିଳୁଛି ନା ନାହିଁ, ଡାକ୍ତର ଓ କର୍ମଚାରୀମାନଙ୍କ ବ୍ୟବହାର ଠିକ୍ ରହିଛି ନା ନାହିଁ ଆଦି ପଚାରି ବୁଝିଥିଲେ । ଏଥିସହ ଡାକ୍ତରଖାନାର ରୋଷେଇ ଗୃହକୁ ଯାଇ ରୋଷେଇ ହେଉଥିବା ଖାଦ୍ୟର ମାନ ଏବଂ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ।
ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସମ୍ମିଳନୀ ଗୃହରେ ସମୀକ୍ଷା ବୈଠକରେ ଅଧିକାରୀମାନେ ଯୋଗଦେଇ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କଣ ସବୁ ସମସ୍ୟା ରହିଛି ପଚାରି ବୁଝିବା ସହ ସେଗୁଡିକର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପାଣି ସମସ୍ୟା, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ରେଷ୍ଟ ସେଡ୍ ନିର୍ମାଣ, ଡାକ୍ତରମାନଙ୍କ ପାଇଁ ଟ୍ରାଞ୍ଜିଟ୍ ହାଉସ୍, ମାତୃ, ଶିଶୁ ବିଭାଗରେ ଆଉ ଦୁଇ ଫ୍ଲୋର ନିର୍ମାଣ ସହ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ସିଡିଏମ୍ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏସବୁ ଉପରେ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ତେବେ ଡାକ୍ତରଖାନାରେ ଯେପରି ରୋଗୀଙ୍କୁ ମାଗଣା ଚିକିତ୍ସା, ମାଗଣା ପରୀକ୍ଷା, ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ଉତ୍ତମ ବ୍ୟବହାର ଏବଂ ଡାକ୍ତରଖାନା ପରିସରର ସଫାସୁତୁରା ରଖିବାକୁ ସେ ସିଡିଏମଓଙ୍କୁ ସଚିବମାନେ ପରାମର୍ଶ ଦେଇଛନ୍ତି । ପିପିପି (ପବ୍ଲିକ୍ ପ୍ରାଇଭେଟ୍ ପାଟର୍୍ନର୍ସିପ୍) ମୋଡରେ ଚାଲିଥିବା ନିଦାନ ଭଳି ଆଲଟ୍ରା ସାଉଣ୍ଡ୍ ମଧ୍ୟ ପିପିପି ମୋଡରେ କରି ସମସ୍ତ ପ୍ରକାର ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ସିଡିଏମ୍ଓଙ୍କୁ କହିଛନ୍ତି ।

ସମୀକ୍ଷା ବୈଠକ ପରେ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ମୁଖ୍ୟ ଶାସନ ସଚିବ, ୫- ଟି ସଚିବ ଓ ନିଦେ୍ର୍ଧଶିକା ହେଲିକପ୍ଟର ଯୋଗେ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇଛନ୍ତି । ଆଜିର ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ଏସ୍ପି ପ୍ରତୀକ୍ ସିଂ, ଏସ୍ଡିପିଓ ଏ କରକେଟା, ଉପ-ଜିଲ୍ଲାପାଳ ବୀରେନ୍ଦ୍ର ଦାସ, ଫୁଲବାଣୀ ବିଡିଓ ସୁବ୍ରତ ଜେନା, ସିଡିଏମଓ ଡା. ସମିର ଦାସ, ଏଡିଏମଓ ମନୋରଞ୍ଜନ ରାଉତ, ଡିପିଏମ ବୁଲୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ସଚିବ ଓ ଅନ୍ୟମାନଙ୍କ ଗସ୍ତ ସମୟରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏପରିକି ସାମ୍ବାଦିକମାନଙ୍କୁ ସମୀକ୍ଷା ବୈଠକ ନିକଟକୁ ଯିବାକୁ ଦିଆଯାଇ ନଥିଲା । ଟାଉନ୍ ଥାନା ଅଧିକାରୀ ନରେଶ ସାହୁଙ୍କ ତତ୍ତା୍ୱବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହୋଇଥିଲା ।
Comments are closed, but trackbacks and pingbacks are open.