
ଉମରକୋଟ,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ମଙ୍ଗଳବାର ପୌର ପରିଷଦ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ଜନଗହଳି ସ୍ଥାନକୁ ନଯିବା, ସରକାରୀ କଟକଣା ମାନି ଚଳିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ସାମାଜିକ ଦୂରତା ରକ୍ଷା ସହ ବ୍ୟବସାୟୀମାନେ ପୂର୍ଭଭଳି ଦୋକାନ ସମ୍ମୁଖରେ ଗୋଲାକାର ଚିହ୍ନକରି କାରବାର କରିବାକୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, ଜିଲ୍ଲାପାଳଙ୍କ ନିଦେ୍ର୍ଧଶରେ ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ବିଭିନ୍ନ ପରାମର୍ଶ ଦିଆଯାଇଛି । ବିନା ମାସ୍କରେ ବୁଲାବୁଲି କଲେ ଜରିମାନା ଆଦାୟ ସହ ଆଇନ ଅନୁସାରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଜନଗହଳି ସ୍ଥାନ ଅବା କୌଣସି ଦୋକାନରେ ପାନ, ପୁଡିଆ ଓ ଗୁଟ୍ଖା ବିକ୍ରିକୁ ବାରଣ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବନ୍ଦ କରାଯାଇଛି । ପୂର୍ବଭଳି ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବାକୁ ବ୍ୟବସାୟୀମାନେ ଦୋକାନ ସମ୍ମୁଖରେ ଗୋଲାକାର ଚିହ୍ନକରି କାରବାର କରିବାକୁ କୁହାଯାଇଛି । କଟକଣାକୁ ଉଲ୍ଲଙ୍ଘନ କଲେ ସମ୍ପୃକ୍ତ ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ ସହ ଦୋକାନକୁ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରତି ଦୋକାନ, ଶିକ୍ଷାନୁÂାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳଗୁଡିକରେ ସାନିଟାଇଜର୍ ରଖିବା ବାଧ୍ୟତାମୂଳକ କରାଯାଇଛି । ପ୍ରତି ଅନୁÂାନରେ ସାମାଜିକ ଦୂରତା ରକ୍ଷାକୁ କଡାକଡି ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ସେହିପରି, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରି ବିବାହ, ବ୍ରତ, ରାଜନୈତିକ ସଭା, କ୍ରୀଡା ପ୍ରତିଯୋଗିତା ଆଦି ସ୍ଥଳରେ ସରକାରଙ୍କ ଗାଇଡ୍ ଲାଇନ୍ ମାନିବା ଓ ଧାର୍ଯ୍ୟ ସଂଖ୍ୟାଠାରୁ ଲୋକଙ୍କ ଅଧିକ ଗହଳି ନକରିବାକୁ କୁହାଯାଇଛି । ଏହାକୁ ଅମାନ୍ୟ କଲେ ଆଇନ୍ ଅନୁସାରେ ଦଣ୍ଡିତ କରାଯିବ ବୋଲି ନିଦେ୍ର୍ଧଶରେ କୁହାଯାଇଛି । କୌଣସି ବ୍ୟକ୍ତି ଅବା ଅନୁÂାନ ଏହାକୁ ଅମାନ୍ୟ ନକରିବାକୁ ପରାମର୍ଶ ଦିଆଯାଇଛି ।


Comments are closed, but trackbacks and pingbacks are open.