ଫୈସଲଙ୍କ ବିଦେଶ ଗସ୍ତ ଉପରେ ରୋକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟର ଅଧ୍ୟକ୍ଷ ଶାହ ଫୈସଲଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଯାଇଛି । ବିଦେଶକୁ ଯିବା ପାଇଁ ଫୈସଲ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିବା ବେଳେ ସେଠାରୁ ତାଙ୍କୁ ପୁଲିସ ଅଟକ ରଖିଥିଲା । ପରେ ଦିଲ୍ଲୀ ବିମାନବନ୍ଦରରୁ ତାଙ୍କୁ ଶ୍ରୀନଗର ପଠାଇ ଦିଆଯାଇଥିଲା । ଶ୍ରୀନଗରଠାରେ ସ୍ଥାନୀୟ ପୁଲିସ ତାଙ୍କୁ ପବ୍ଲିକ୍ ସେଫ୍ଟି ଆକ୍ଟ ଅଧୀନରେ ଗିରଫ କରିଥିଲା । ଶ୍ରୀନଗରସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଫୈସଲ ଇସ୍ତାନବୁଲ ଯାଇଥାନ୍ତେ ।
ଉଲ୍ଲେଖଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ଫୈସଲ ଜୋରଦାର ବିରୋଧ କରିଆସୁଛନ୍ତି । ସୋମବାର ଏନେଇ ଫୈସଲ ବିବାଦୀୟ ବୟାନ ଦେଇ କହିଥିଲେ ଯେ, ଏବେ କାଶ୍ମୀର ପାଇଁ କେବଳ ୨ଟି ରାସ୍ତା ରହିଛି । କାଶ୍ମୀର ଏଭଳି କାଠକଣ୍ଢେଇ ହୋଇ ରହିବ ନା ଭାରତ ଠାରୁ ଅଲଗା ହେବ । ଏଥିନିମନ୍ତେ କାଶ୍ମୀରରେ ଅହିଂସ ରାଜନୈତିକ ଆନ୍ଦୋଳନ ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି କାରଣରୁ ସରକାର ତାଙ୍କର ବିଦେଶ ଗସ୍ତ ଉପରେ ରୋକ ଲଗାଇଥିବାର ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons