ଫୋନି ସହାୟତା ପ୍ରଦାନ ବେଳେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା:ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଫୋନି ସହାୟତା ପ୍ରଦାନ ବେଳେ ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା କରାଯାଉଛି । ଶାସକ ଦଳର ନେତାଙ୍କ ସୁପାରିସ ଆଧାରରେ ବିଜେଡି କର୍ମୀମାନଙ୍କୁ ହିଁ କ୍ଷତିପୂରଣ, ପକ୍କା ଘର, ବୋଟ ଓ ମାଛଧରା ଡଙ୍ଗା ମିଳୁଛି । ରାଜ୍ୟ ସରକାରଙ୍କ ବିରୋଧରେ ମଙ୍ଗଳବାର ବିଜେପି ଏଭଳି ଅଭିଯୋଗ ଆଣିଛି । ରାଜ୍ୟ ସରକାର ଏଭଳି ପାତରଅନ୍ତରରୁ ଦୂରେଇ ରୁହନ୍ତୁ ବୋଲି ମଧ୍ୟ ବିଜେପି ଦାବି ଦେଇଛନ୍ତି ।
ବିଜେପିର ରାଜ୍ୟ ମୁଖ୍ୟାଳୟରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ଚିଲିକାର ବୋଟ୍ ମାଲିକଙ୍କ ସମେତ ପୁରୀ ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯାଇଛି । ଏଥିରେ କେନ୍ଦ୍ରୀୟ ସଂସ୍ଥା ହୁଡ୍କୋର ସିଏସ୍ଆର୍ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୬ କୋଟି ୧୮ ଲକ୍ଷ ଟଙ୍କା ମୂଲ୍ୟର ବୋଟ୍ ଓ ମାଛଧରା ଡଙ୍ଗା ଦିଆଯାଇଛି । ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ନିୟମ ଅନୁସାରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଡକାଯିବା କଥା । କିନ୍ତୁ ହୀନ ରାଜନୈତିକ ଉଦେ୍ଧଶ୍ୟ ରଖି ସରକାର ଏହି କାର୍ଯ୍ୟକ୍ରମକୁ ପୁରୀ ଓ ବ୍ରହ୍ମଗିରି ବିଧାୟକଙ୍କୁ ଡାକି ନାହାନ୍ତି ।
ସେହିଭଳି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଫୋନି ପ୍ରଭାବିତ ଚୟନରେ ସରକାର ପାତର ଅନ୍ତର କରିଛନ୍ତି । କେବଳ ଶାସକ ଦଳର ନେତାମାନଙ୍କ ସୁପାରିସ ଆଧାରରେ ବିଜେଡି କର୍ମୀମାନଙ୍କୁ କ୍ଷତିପୂରଣ, ପକ୍କା ଘର, ବୋଟ୍, ମାଛଧରା ଡଙ୍ଗା ଦେଉଛନ୍ତି । ସରକାରଙ୍କ ଇଙ୍ଗିତରେ ପୁରୀ ଜିଲ୍ଲା ପ୍ରଶାସକ କିଛି ବିଜେଡି ନେତାଙ୍କ ସଖୀ କଣ୍ଢେଇ ପାଲଟିଛି ।
ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ଫୋନି ଯୋଗୁ ବ୍ରହ୍ମଗିରି ଓ ପୁରୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ କ୍ଷତି ହୋଇଥିଲା । କିନ୍ତୁ ଏହି ଦୁଇ ନିର୍ବାଚନମଣ୍ଡଳୀର ବିଧାୟକ ବିଜେପିର ହୋଇଥିବାରୁ କ୍ଷୟକ୍ଷତି ଆକଳନ କିମ୍ବା କ୍ଷତିପୂରଣ ବେଳେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ସେମାନଙ୍କ ପରାମର୍ଶ ନେଉନାହାନ୍ତି । ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ୫-ଟିର କଥା କହି ସ୍ୱଚ୍ଛ ରହିବାକୁ ପରାମର୍ଶ ଦେଉଛନ୍ତି । ଅନ୍ୟ ପଟେ ଜିଲ୍ଲାସ୍ତରରୁ ବ୍ଲକ ପର୍ଯ୍ୟନ୍ତ ସବୁଠି ବିଜେଡି ନେତା ନିଜ କର୍ମୀଙ୍କୁ ବେଆଇନ ଭାବେ ବିଭିନ୍ନ ଯୋଜନାରେ ସାମିଲ କରୁଛନ୍ତି । ସେହିଭଳି ପୁରୀ ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଭଳି ସବୁ ପ୍ରକାର ଭତ୍ତା ପ୍ରଦାନ ଅଧିକାର ପଞ୍ଚାୟତଠାରୁ ଛଡେ଼ଇ ନେଇ ଅଙ୍ଗନବାଡ଼ିକୁ ପ୍ରଦାନ କରିଛନ୍ତି । କିନ୍ତୁ ଏହା କେବଳ ପୁରୀ ଜିଲ୍ଲା ପାଇଁ ଲାଗୁ ହୋଇଛି । ଏଣୁ ସରକାର ଏଭଳି ପାତରଅନ୍ତରରୁ ଦୂରେଇ ରୁହନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons