ଫୋନ୍ ଟ୍ୟାପିଙ୍ଗ୍ ପ୍ରସଙ୍ଗ:ପୁଣି ମମତା-ଧନଖଡ଼ ବିବାଦ

Get real time updates directly on you device, subscribe now.

କୋଲକାତା: ଫୋନ୍ ଟ୍ୟାପିଙ୍ଗ୍ ପ୍ରସଙ୍ଗକୁ ନେଇ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ରାଜ୍ୟପାଳ ଜଗଦୀପ ଧନଖଡ଼ । ରାଜ୍ୟର ବ୍ୟବସାୟୀ, ସରକାରୀ ଅଧିକାରୀ ଏବଂ ରାଜନେତାଙ୍କ ଫୋନ୍ ଟ୍ୟାପ୍ ହେବା ନେଇ ଖବର ପ୍ରକାଶ ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ଓଲଟା କେନ୍ଦ୍ର ଉପରେ ଅଙ୍ଗୁଳି ଉଠାଇବା ପରିତାପର ବିଷୟ ବୋଲି ସେ କହିଛନ୍ତି ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟପାଳ ଧନଖଡ଼ କହିଛନ୍ତି, ମମତା କେଉଁ ଭିତ୍ତିରେ କେନ୍ଦ୍ର ବିରୋଧରେ ଫୋନ୍ ଟ୍ୟାପିଙ୍ଗ୍ ଅଭିଯୋଗ ଆଣିଛନ୍ତି, ତାହା ସେ ହିଁ ଜାଣିଥିବେ । ତାଙ୍କ ପାଖରେ ପ୍ରମାଣ ଅଛି କି ତାଙ୍କୁ ଜଣା ଥିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଉପରେ କାଦୁଅ ଫିଙ୍ଗିବା ପୂର୍ବରୁ ମମତା ପ୍ରଥମେ ନିଜକୁ ପ୍ରଶ୍ନ ପଚାରିବା ଆବଶ୍ୟକ । ରାଜ୍ୟର ଅନେକ ବ୍ୟବସାୟୀ, ସରକାରୀ ଅଧିକାରୀ, ରାଜନେତା ଏବଂ କିଛି ପ୍ରଭାବଶାଳୀ ଲୋକଙ୍କ ଫୋନ୍ ଟ୍ୟାପ୍ କରାଯାଉଛି । ବେଙ୍ଗଲରେ ସେମାନଙ୍କ ଗୋପନୀୟତା ପ୍ରଭାବିତ ହେଉଛି ବୋଲି ସେମାନେ ଖୋଦ ମୋ ନିକଟରେ ଅଭିଯୋଗ କରିଛନ୍ତି । ଏବେ ମମତା ଓଲଟା କେନ୍ଦ୍ର ବିରୋଧରେ ଫୋନ୍ ଟ୍ୟାପିଙ୍ଗ୍ ଅଭିଯୋଗ ଆଣିବା ହାସ୍ୟାସ୍ପଦ ଘଟଣା ।
ରାଜ୍ୟପାଳ ଧନଖଡ଼ ଏଭଳି ବିବୃତି ଦେବା ପରେ ତାଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ମହାସଚିବ ପାର୍ଥ ଚାଟାର୍ଜୀ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଧନଖଡ଼ ଜଣେ ରାଜନୈତିକ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ଭଳି ମନେହେଉଛି । ରାଜ୍ୟରେ ଯେଉଁମାନେ ଫୋନ୍ ଟ୍ୟାପିଙ୍ଗ୍ ବାବଦରେ ତାଙ୍କ ନିକଟରେ ଫେରାଦ ହୋଇଛନ୍ତି, ସେ ତାହାର ତାଲିକା ପ୍ରଦାନ କରନ୍ତୁ । ଏଭଳି ଅଭିଯୋଗ କରୁଥିବା ଲୋକମାନେ ନିଶ୍ଚିତ ବିଜେପିର ହୋଇଥିବେ ।
ଚାଟାର୍ଜୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେବେ ବି କେନ୍ଦ୍ର ବିରୋଧରେ କୌଣସି ଅଭିଯୋଗ ଆଣୁଛନ୍ତି, ରାଜ୍ୟପାଳ ଧନଖଡ଼ ତୁରନ୍ତ ତାହାର ଜବାବ ଦେଉଛନ୍ତି । ଏହି କାର୍ଯ୍ୟ ଜଣେ ବିଜେପି ନେତାଙ୍କର ହେବା ଆବଶ୍ୟକ । କିନ୍ତୁ ବିଜେପି ନେତା କିଛି କହିବା ପୂର୍ବରୁ ରାଜ୍ୟପାଳଙ୍କ ମୁହଁରୁ ତାହାର ପ୍ରତିକ୍ରିୟା ପ୍ରଥମେ ପ୍ରକାଶ ପାଉଛି । ସାମ୍ବିଧାନିକ ପଦରେ ରହି ସୁଦ୍ଧା ସେ ଏଭଳି କରିବା ଦୁର୍ଭାଗ୍ୟଜନକ ।
ସାମ୍ବିଧାନିକ ପଦରେ ରହିଥିବାରୁ ରାଜ୍ୟପାଳ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ । କିନ୍ତୁ ଧନଖଡ଼ ସେଭଳି କିଛି କରୁନାହାନ୍ତି । ସେ ବିଜେପି ନେତାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଟାର୍ଗେଟ୍ କରୁଛନ୍ତି । ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷଙ୍କ ବିବୃତି ଉପରେ ସେ କାହିଁକି ପ୍ରତିକି୍ରୟା ରଖୁନାହାନ୍ତି? ତେବେ ବେଙ୍ଗଲ ଲୋକମାନେ ବେଶ୍ ବୁଦ୍ଧିମାନ । ରାଜ୍ୟପାଳ ଧନଖଡ଼ କ’ଣ ପାଇଁ ଏଭଳି କରୁଛନ୍ତି, ତାହା ସେମାନେ ନିଶ୍ଚିତ ବୁଝିପାରୁଥିବେ ବୋଲି ଚାଟାର୍ଜୀ ଦର୍ଶାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ବ୍ୟକ୍ତିଗତ ତଥ୍ୟ ହାସଲ ଉଦେ୍ଧଶ୍ୟରେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଉଥିବା ରବିବାର ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ଅଭିଯୋଗ ଆଣିଥିଲେ । କେନ୍ଦ୍ର ସରକାର ଏବଂ ୨ଟି ରାଜ୍ୟର ସରକାରଙ୍କ ନିଦେ୍ର୍ଧଶରେ ହିଁ ଏଭଳି କରାଯାଉଛି ଏବଂ ଏଥିପାଇଁ ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ସେ କହିଥିଲେ ।
ମମତା କହିଥିଲେ, ୨ଟି ରାଜ୍ୟର ସରକାରଙ୍କ ନିଦେ୍ର୍ଧଶରେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଉଛି । ତନ୍ମଧ୍ୟରୁ ଗୋଟିଏ ରାଜ୍ୟ ବିଜେପି ଶାସିତ । ତେଣୁ ଏହି ମାମଲାର ତୁରନ୍ତ ଯାଞ୍ଚ କରି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଗୁରୁତ୍ୱ ଦେଇ ଯାଞ୍ଚ ନିଦେ୍ର୍ଧଶ ଦେବା ଉଚିତ ବୋଲି ସେ ଦାବି କରିଥିଲେ । ସେ କହିଥିଲେ, ‘ମୋବାଇଲ ଫୋନ, ଲ୍ୟାଣ୍ଡ ଲାଇନ କିମ୍ବା ହ୍ୱାଟ୍ସଆପ୍ରେ ମୁଁ କଥା ହେବା ସମୟରେ ଅନ୍ୟ କେହି ଜଣେ ମୋର ବାର୍ତ୍ତାଳପ ଶୁଣୁଛି । ହ୍ୱାଟ୍ସଆପ୍କୁ ମୁଁ ପୂର୍ବରୁ ସୁରକ୍ଷିତ ଭାବୁଥିଲି । କିନ୍ତୁ ବର୍ତ୍ତମାନ ଏହା ମଧ୍ୟ ଅସୁରକ୍ଷିତ ହୋଇଯାଇଥିବା ମନେକରୁଛି ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons