ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀମାନଙ୍କ ନାମ ତାଲିକା ଫୋର୍ବସ ପକ୍ଷରୁ ଜାରି କରାଯାଇଛି । ଏହି ତାଲିକାରେ ବଲିଉଡର ଜଣେ ହେଲେ ବି ଅଭିନେତ୍ରୀ ସ୍ଥାନ ପାଇପାରିନାହାନ୍ତି । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କ ନାମ ଏହି ତାଲିକାରେ ରହିପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଚୂଡାନ୍ତ ତାଲିକା ପ୍ରକାଶ ପରେ ସେମାନଙ୍କ ନାମ ନଥିବା ଜଣାପଡିଛି । ହଲିଉଡ ଅଭିନେତ୍ରୀ ସ୍କାରଲେଟ ଜୋହାନସନ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ଗତବର୍ଷ ମଧ୍ୟ ସେ ଫୋର୍ବସର ‘ହାଇଏଷ୍ଟ ପେଡ୍ ଆକ୍ଟ୍ରେସ’ (ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ) ତାଲିକାର ପ୍ରଥମସ୍ଥାନରେ ଥିଲେ । ତାଙ୍କର ବାର୍ଷିକ ରୋଜଗାର ୪୦୦ କୋଟି ଟଙ୍କା । ସୋଫିଆ ବରଗାରା ବାର୍ଷିକ ୨୯୪ କୋଟି ଟଙ୍କା ରୋଜଗାର ସହ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫୋର୍ବସ ପକ୍ଷରୁ ଅଭିନେତାମାନଙ୍କ ପାଇଁ ଜାରି କରାଯାଇଥିବା ଏହି ତାଲିକାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ଚତୁର୍ଥ ସ୍ଥାନରେ ଥିଲେ ।
Comments are closed, but trackbacks and pingbacks are open.