ବଂଶଧାରା ତଟରେ ହାତୀଙ୍କ ଉପଦ୍ରବ

Get real time updates directly on you device, subscribe now.

କାଶୀନଗର, (ବି.ବି.ନୁ୍ୟଜ): ବଂଶଧାରା ନଦୀର ଆନ୍ଧ୍ର ତଟରେ ୪ ଦିନ ହେଲା ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଏହି ପଲରେ ୪ଟି ହାତୀ ରହିଛନ୍ତି । ହାତୀପଲ ବଂଶଧାରା ନଦୀ ତଟର ଆନ୍ଧ୍ର ପରିସୀମାରେ ଥିବା ତାଲଡ଼ା ଓ କସଲି ଗ୍ରାମରେ ଥିବା ଆଖୁବାଡ଼ ଭାଙ୍ଗିବା ସହ ପନିପରିବା ଚାଷ ନଷ୍ଟ କରୁଛନ୍ତି । ଏହାପରେ ସ୍ପଷ୍ଟ ଦିବାଲୋକରେ ବଂଶଧାରାକୁ ପାଣି ପିଇବାକୁ ଆସୁଛନ୍ତି । ନଦୀର ପାରକଲେ ଗଜପତି ଜିଲ୍ଲାର କାଶୀନଗର ଏନ୍ଏସି । ବଂଶଧାରା ନଦୀ ତଟକୁ ଲାଗି ଏନ୍ଏସିର ୧୦ ନଂ ୱାର୍ଡ ଓ ବ୍ରାହ୍ମଣ ସାହି ନୂଆକାଶୀନଗର ଆତି ଅତିନିକଟରେ ରହିଛି । କାଶୀନଗର ଅଞ୍ଚଳରେ ମଧ୍ୟ ବିଭିନ୍ନ ଆମ୍ବ, କଦଳୀ, ପଣଷ, କାଜୁ ଓ ଆଖୁ ବାଡ଼ ରହିଛି । ଏହି ହାତୀପଲ ଆନ୍ଧ୍ରରୁ କାଶୀନଗର ଏନ୍ଏସି ମଧ୍ୟକୁ ପଶିବାକୁ ମାତ୍ର ୩୦ ମିନିଟ୍ ସମୟ ଲାଗିବ । ତେଣୁ କାଶୀନଗର ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି ।
ଅନ୍ୟପକ୍ଷେ ନଦୀରେ ମଧ୍ୟ କେବଳ ଆଣ୍ଠୁଏ ପାଣି ରହିଛି, ତେଣୁ କୌଣସି ମୁହୂର୍ତ୍ତରେ ଏହି ହାତୀପଲ କାଶୀନଗର ପ୍ରବେଶ କଲେ ଧନଜୀବନ ବିପଦପୂର୍ଣ୍ଣ ହେବା ନେଇ କାଶୀନଗରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ଓ ବନବିଭାଗ ଏ ନେଇ ତୁରନ୍ତ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି । ଏ ନେଇ କାଶୀନଗର ବନଖଣ୍ଡ ଅଧିକାରୀ ଅରୁଣ କୁମାର ସାହୁଙ୍କୁ ପଚାରିବାରୁ ବନବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି । ହାତୀ ପଲର ଗତି ବିଧି ଜିପିଏସ୍ ଦ୍ୱାରା ଅନୁସନ୍ଧାନ କରାଯାଉଛି । ହାତୀମାନେ ବର୍ତ୍ତମାନ ଆନ୍ଧ୍ର ପରିସୀମା ପୋଲାଭରମ୍ ରିଜର୍ଭରେ ରହିଛନ୍ତି ହାତୀପଲା ଆନ୍ଧ୍ର ସୀମା ତଟବର୍ତ୍ତୀରେ କଦଳୀ, ପନିପରିବା, ଆଖୁଖାଇ ବଂଶଧାରା ନଦୀରେ ପାଣି ପିଇ ଚାଲି ଯାଉଛନ୍ତି । ତେଣୁ ଆନ୍ଧ୍ର ବନ ବିଭାଗ କର୍ମଚାରୀ ଏବଂ କାଶୀନଗର ବନବିଭାଗ ଏ ନେଇ ମିଳିତଭାବେ ଲୋକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons