ଭୁବନେଶ୍ୱର: ବକେୟା ବିଦ୍ୟୁତ୍ ଦେୟ ପୈଠ ନକଲେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ । ଏନେଇ ସେସୁ ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବକେୟା ବିଲ୍ ନେଇ କଡା ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୫ ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦେୟ ପଇଠ ନ କଲେ ୧୬ ଜାନୁଆରିରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ ।
ବକେୟା ଥିବା ଗ୍ରାହକଙ୍କ ମଧ୍ୟରୁ ୧ ଲଷ ୧୦ ହଜାର ଗ୍ରାହକ ଟଙ୍କା ପଇଠ କରିଛନ୍ତି । ୨୧କୋଟି ଟଙ୍କା ଗତ ଏକ ମାସ ମଧ୍ୟରେ ଆଦାୟ କରାଯାଇଛି । ଆହୁରି ୧୯.୭୧ କୋଟି ଟଙ୍କା ବଳକା ରହିଛି । ଯଦି ୧୫ ତାରିଖ ସୁଦ୍ଧା ଦେୟ ପୈଠ କରାନଯାଏ ତେବେ ୧୬ ତାରିଖରୁ ବିଜୁଳି କାଟିବା ଡ୍ରାଇଭ ଆରମ୍ଭ କରାଯିବ । ୧୧୩୯୭ ଗାଁରେ ବକେୟା ଦେଇନଥିବା ଗ୍ରାହକଙ୍କ ବିଜୁଳି କଟାହେବ । ଏଥିପାଇଁ ୪୧୩ ସ୍କ୍ବାଡ ତିଆରି କରାଯାଇଛି ।
୧୬୪୩ ରୁଟରୁ ୨୪୭ ସେକସନର ୬୫ ସବ ଡିଭିଜନ ମଧ୍ୟରୁ ୨୦ ଡିଭିଜନ ବକେୟା ଟଙ୍କା ଦେଇ ନ ଥିବା ଗ୍ରାହକଙ୍କ ବିଜୁଳି କଟା ହେବ । ବିଜୁଳି ଆଦାୟ ପାଇଁ ପୂର୍ବରୁ ବିଙ୍ଗାପନ, ଲିଫଲେଟ, ମାଇକ ଯୋଗେ ଲୋକଙ୍କୁ ଅବଗତ କରାଯାଇଛି । ଗ୍ରାହକଙ୍କ ବକେୟା ଟଙ୍କା ପଇଠ ପାଇଁ ଇନଷ୍ଟଲମେଣ୍ଟ ବ୍ୟବସ୍ଥା କରାଯିବ ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା ।
Comments are closed, but trackbacks and pingbacks are open.