ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଚନ୍ଦନେଶ୍ୱର,(ବି.ବି.ନୁ୍ୟଜ୍): ଭୋଗରାଇର ତାଳସାରୀ ବେଳାଭୂମିରେ ଗାଧୋଉ ଥିବା ବେଳେ ଭାସି ଯାଇଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ ଦେହ ଶୁକ୍ରବାର ଉଦ୍ଧାର କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏବାବଦରେ ତାଳସାରୀ ସାମୁଦ୍ରିକ ଥାନାରେ ୪/୧୯ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଜାତା ଖମାରୀ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ,ବୁଧବାର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅଧୀନ ଚାନତଲା ଥାନା ଡାଙ୍କୁଣି ଗାଁର ପିଙ୍କୁ ବେରାଙ୍କ ପୁଅ ହିମାଙ୍କ ଅନ୍ୟ ୪ଜଣ ସାଙ୍ଗଙ୍କ ସହିତ ତାଳସାରୀ ବୁଲିବାକୁ ଆସିଥିଲେ । ସମୁଦ୍ରରେ ଗାଧୋଉ ଥିବା ବେଳେ ହିମାଙ୍କ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ । ଶୁକ୍ରବାର ସକାଳେ ତାଳସାରୀ ବେଳାଭୂମିଠାରୁ ପ୍ରାୟ ୫କି.ମି. ଦୂର ବିଚିତ୍ରପୁର ଇକୋ ଟୁରିଜିମ ସମ୍ମୁଖ ବେଳାଭୂମିରୁ ଥାନାର ଏଏସଆଇ ହେମନ୍ତ ପାତ୍ର ମୃତ ଦେହ ଠାବ କରିଥିଲେ । ମୃତ ଦେହ ଚିହ୍ନଟ ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons