ଭୁବନେଶ୍ୱର,(ବି.ବି.ବ୍ୟୁରୋ):ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଅଲ୍ ନ୍ୟୁ ବୋଲେରୋ କ୍ୟାମ୍ପର ଗୋଲ୍ଡ ଜେଡ୍ଏକ୍ସର ବଜାର ପ୍ରବେଶ କରାଯାଇଛି । ପ୍ରିମିୟମ୍ ଇଣ୍ଟେରିୟର ସହିତ ଆସୁଥିବା ଏହି ଗାଡ଼ିରେ ନୂଆ ଇନ୍ଷ୍ଟ୍ରୁମେଣ୍ଟାଲ ପ୍ୟାନେଲ, ନୂଆ ଷ୍ଟାଇଲିସ୍ ବଡି ଗ୍ରାଫିକ୍ସ, ସେଣ୍ଟ୍ରାଲ ଲକିଂ, ପାୱାର ୱିଣ୍ଡୋ ଏବଂ ଫକ୍ସ-ଲେଦର ସିଟ୍ ଆଦି ରହିଛି ।
ସମ୍ପ୍ରତି ଗ୍ରାହକ ପିକ୍ଅପ୍ ସେଗ୍ମେଣ୍ଟରେ ପ୍ରିମିୟମ୍ ଭାରିଆଣ୍ଟ ଚାହାନ୍ତି । ଷ୍ଟାଇଲିସ୍ ଲୁକ୍(ଉଭୟ ଇଣ୍ଟେରିୟର ଏବଂ ଏକ୍ସଟେରିୟର), ସର୍ବୋତ୍ତମ ପ୍ରଦର୍ଶନ, ଆରାମ ଦାୟକ ଡ୍ରାଇଭିଂ ଅନୁଭୂତି ତା’ସହିତ ନିମ୍ନ ରକ୍ଷଣାବେକ୍ଷଣ ସୁବିଧା ଗ୍ରାହକ ଚାହୁଁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଅଲ୍ ନ୍ୟୁ ବୋଲେରୋ କ୍ୟାମ୍ପର ଗୋଲ୍ଡ ଜେଡ୍ଏକ୍ସ ପ୍ରସ୍ତୁତ କରାଯାଇଛି । ଓଡ଼ିଶାରେ ବଜାର ପ୍ରବେଶ ଅବସରରେ କମ୍ପାନିର ଏଏସ୍ଏମ୍ କୌଶଲ କିଶୋର ଏବଂ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅନୁରାଗ ନିମେଶ ପ୍ରମୁଖ ଉପସ୍ଥିତ ଥିଲେ । ଏସ୍ଏମ୍ଇ କ୍ଷେତ୍ରର ଆବଶ୍ୟକତା ଏହି ଗାଡି ପୂରଣ କରିବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ । ଆଧୁନିକ ଚାଷୀଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହେବ । ଧଳା ଏବଂ ଜାଭା ବ୍ରାଉନ୍ ରଙ୍ଗରେ ଉପଲବ୍ଧ ଏହି ଗାଡିର ଏକ୍ସସୋ’ରୁମ୍ ମୂଲ୍ୟ ୭୮୪୩୧୩ ଟଙ୍କା ରହିଛି । ରାଜ୍ୟରେ କମ୍ପାନିର ସମସ୍ତ ସୋ’ରୁମ୍ରେ ଏହା ଉପଲବ୍ଧ ।
Comments are closed, but trackbacks and pingbacks are open.