ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ଭେଡେ଼ନ ବ୍ଲକ ସୁନାଲରମ୍ଭା ପଞ୍ଚାୟତ କୁଦୋପାଲି ଟିକିରାପଡ଼ାରୁ ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଅପରାହ୍ନରେ ଜଙ୍ଗଲରୁ ଏକ ବଜ୍ରକାପ୍ତା ଗାଁକୁ ଚାଲି ଆସିଥିଲା । ଗାଁର ଦିଲୀପ ମଲ୍ଲିକ ଓ ସୁବାସ ମଲ୍ଲିକ ତାକୁ ଦେଖି ତୁରୁମ ସ୍ଥିତ ବନ ବିଭାଗ ଅଫିସ୍କୁ ଖବର ଦେଇଥିଲେ । ସନ୍ଧ୍ୟାରେ ବନ ବିଭାଗ କର୍ମଚାରୀ ଆସି ବଜ୍ରକାପ୍ତାକୁ ଉଦ୍ଧାର କରି ନିକଟରେ ଥିବା ପପଙ୍ଗା ପାହାଡ଼ରେ ଛାଡ଼ି ଦେଇଛନ୍ତି ।
Comments are closed, but trackbacks and pingbacks are open.