ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘୁଚାଗୁଡ଼ା ଗାଁର ପିତାମ୍ବର କଟା । ତାଙ୍କ ଠାରୁ ପୋଲିସ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି । କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଗରିଆବନ୍ଧ ଜିଲ୍ଲାର ପୋଲିସ ଗତକାଲି ପିତାମ୍ବରକୁ ଗିରଫ କରିଥିଲା । ଗରିଆବନ୍ଧ ଏସ୍ପି ଭୋଜରାମ ପଟେଲ କହିଚନ୍ତି, ଗରିଆବନ୍ଧ ଜିଲ୍ଲା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ, ଜିଲ୍ଲାର ମୈନପୁର ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ଏକ ରାକେଟ ସକ୍ରିୟ ରହିଛି । ଏହା ପରେ ମୈନପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ମୈନପୁର ଥାନା ଅଞ୍ଚଳର କୁଲହାଡ଼ିଘାଟ ଗାଁରେ ଏକ ବସ୍ତ ଧରି ଠିଆ ହୋଇଥିବାଜଣେ ଅଜଣା ଯୁବକଙ୍କୁ ସନେ୍ଦହକରି ପଚାରା ଉଚରା କରିଥିଲା । ପରେ ସେମାନେ ବସ୍ତାଟିକୁ ଖୋଲି ଦେଖିଥିଲେ । ସେଥିରେ ଏକ ଜୀବନ୍ତ ବଜ୍ରକାପ୍ତା ଥିଲା । ପଚାରା ଉଚରାରୁ ଜଣାପଡିଥିଲା ଯେ, ଯୁବକ ଜଣକ ବଜ୍ରକାପ୍ତାଟିକୁ ବିକ୍ରି କରିବା ପାଇଁ ଆସିଥିଲେ । ତାପରେ ତାକୁ ଗିରଫ କରାଯାଇ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons