ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

Get real time updates directly on you device, subscribe now.

ପାଳଲହଡ଼ା,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲା ପାଳଲହଡ଼ା ବନ ବିଭାଗ ଶନିବାର ଅପରାହ୍ଣରେ ଏକ ବଜ୍ରକାପ୍ତା ଉଦ୍ଧାର କରିବା ସହ ବଜ୍ରକାପ୍ତା ଚୋରା ଚାଲାଣ ନେଇ ୪ ଜଣଙ୍କୁ ଗିରଫ କରିଛି । ମାସକ ତଳୁ ଅଭିଯୁକ୍ତମାନେ ବଜ୍ରକାପ୍ତାକୁ ଧରିଥିବା ବେଳେ କିଣାବିକା ନେଇ ସେମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ବ୍ୟବସାୟୀ ରୂପରେ ସେମାନଙ୍କ ନିକଟତର ହୋଇଥିଲେ । ଗିରଫ ଅଭିଯୁକ୍ତମାନେ ପାଳଲହଡ଼ା ଥାନା ପଟାମୁଣ୍ଡା ଗାଁର ସନ୍ତୋଷ ମହାକୁଳ, କୈଳାସ ନାୟକ, ଦେବଗଡ଼ ଜିଲ୍ଲା ବାରକୋଟ କାଇଁସିରା ଗାଁର ଗଣନାଥ ନାଏକ ଓ କେନ୍ଦୁଝର ଜଗମାହନପୁରର ମୁନା ମୁଣ୍ଡା ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ମାସକ ତଳୁ ଏହି ବଜ୍ରକାପ୍ତା କିଣାବିକା ନେଇ ପେଚାମୁଣ୍ଡି ପଞ୍ଚାୟତ କଦମ୍ବଡ଼ିହ ଗ୍ରାମରେ ଛକାପଞ୍ଝା ଆରମ୍ଭ ହୋଇଥିଲା । ତେଣୁ ସ୍ଥାନୀୟ ଅଞ୍ଚଳରେ ଏକ ବଜ୍ରକାପ୍ତା ଧରାଯାଇଥିବା ନେଇ ରେଂଜ୍ ଅଫିସର ଦୁର୍ଯେ୍ୟାଧନ କେରାଇ ଓ ଜମରଡ଼ିହ ଫରେଷ୍ଟର୍ ମନ୍ମଥ ବେହେରା ସୂଚନା ପାଇଁ ଖୋଳତାଡ଼ ଚଳାଇଥିଲେ । ତେବେ ବନ ବିଭାଗର ତନାଘନା ମଧ୍ୟରେ ପଟାମୁଣ୍ଡାର ସନ୍ତୋଷ ମହାକୁଳ ଓ କୈଳାସ ନାଏକ ବଜ୍ରକାପ୍ତାକୁ ଚୋରାଇ ନେଇ ଘରେ ରଖିଥିଲେ । ପରେ ତାଙ୍କଠାରୁ ମୁନା ମୁଣ୍ଡା ଓ କାଇଁସିରାର ଗଣନାଥ ବଜ୍ରକାପ୍ତା କିଣି ନେଇଥିଲେ । ଦୁଇ ଦିନ ତଳେ ବଜ୍ରକାପ୍ତା କିଣିବାକୁ ଆସିଥିବା ରିଆମାଳ ଅଞ୍ଚଳର ଦୁଇ ଜଣଙ୍କୁ କାବୁ କରି ବନ ବିଭାଗ ଅନୁସନ୍ଧାନ ଚଳାଇଥିଲା । ସେମାନଙ୍କ ସୂଚନା ଆଧାରରେ ପଟାମୁଣ୍ଡାର ସନ୍ତୋଷ ଓ କୈଳାସଙ୍କୁ ଗିରଫ କରି ପଚରାଉଚୁରା କରିଥିଲା । ପରେ ବ୍ୟବସାୟୀ ବେଶରେ ବନ କର୍ମଚାରୀମାନେ ଗଣନାଥ ଓ ମନମୁଣ୍ଡାଙ୍କ ପାଖରେ ପହଞ୍ଚିବା ସହ ମନମୁଣ୍ଡା ପାଖରୁ ବଜ୍ରକାପ୍ତା ଉଦ୍ଧାର କରିଥିଲେ । ବଜ୍ରକାପ୍ତାର ଓଜନ ପ୍ରାୟ ୧୦ କେଜି ହୋଇଥିଲା ବେଳେ ରୁଗ୍ଣ ହୋଇପଡ଼ିଥିବା ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିଛି । ଉଦ୍ଧାର ବଜ୍ରକାପ୍ତାକୁ କେଉଁଠି ଛଡ଼ାଯିବ ସେ ନେଇ ବନ ବିଭାଗ ବିଚାରବିମର୍ଶ ଚଳାଇଛି । ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ୍ଚାଲାଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ରେଂଜର୍ ମହେନ୍ଦ୍ର କୁମାର ସାହୁ, ଗାଡର଼୍ ପୁଲିନ୍ ବିହାରୀ ପ୍ରଧାନ, ରୋହିତ ନାୟକ, ସୁରେନ୍ଦ୍ର କିଶାନ୍ ପ୍ରମୁଖ ଚଢ଼ଉରେ ସାମିଲ୍ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons