ବଲାଙ୍ଗୀର,(ଗୁପ୍ତେଶ୍ୱର ପୃଷ୍ଟୀ): ବଜ୍ରପାତରେ ଗଲା ୩ ମହିଳା ଚାଷୀଙ୍କ ଜୀବନ । ଆଜି ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ବଡ଼ତେଲେନପାଲ୍ଲୀ ଗାଁରେ ଘଟିଛି । ମାତ୍ର ୧୦ ଚାଷୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଆଜି ବଡ଼ତେଲେନପାଲ୍ଲୀ ଗାଁର ଚବିନ ଦରୁଆଙ୍କ ଚାଷ ଜମିରେ ୧୮ ରୁ ଅଧିକ ଚାଷୀ(ମହିଳା ଓ ପୁରୁଷ) କାମ କରୁଥିଲେ । ମଧ୍ୟାହ୍ନରେ ବଲାଙ୍ଗିର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଦିନ ପ୍ରାୟ ୨ରୁ ୩ଟା ଭିତରେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ଚାଷ ଜମିରେ କାମ କରୁଥିବା ବେଳେ ଜଣେ ମହିଳା ଚାଷୀ ଟଳି ପଡିଥିଲେ । ଅନ୍ୟ ଚାଷୀମାନଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଜଣ ମହିଳା ଚାଷୀଙ୍କ ମୃତୁ୍ୟ ଘଟିଛି । ଆଉ ଚାଷୀ ଗୁରୁତର ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମୃତ ତିନି ଜଣ ହେଲେ ବିଲାସିନୀ ରାଉତ, ଯଶୋବନ୍ତି ଶବର ଓ ପରେମଦିନି ଧରୁଆ ହୋଇଥିବା ବେଳେ ଆଉ ଜଣେ ସୀମା ଧରୁଆ ନାମକ ଜଣେ ମହିଳା ଗୁରୁତର ଅବସ୍ଥାରେ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
Comments are closed, but trackbacks and pingbacks are open.