ବଜ୍ରପାତରେ ତିନି ଚାଷୀ ସମେତ ୬ ମୃତ

Get real time updates directly on you device, subscribe now.

ନୀଳଗିରି(ବି.ବି.ନୁ୍ୟଜ୍): ବିଲକୁ ଯାଉଛି । ପ୍ରଥମ ବର୍ଷାରେ ସାର ପକାଇଲେ ତଳିି ଭଲ ବଢ଼ିବ । ସାର ଫିଙ୍ଗି ସଙ୍ଗେ ସଙ୍ଗେ ଫେରି ଆସିବି । ଏହା କହି ଘରୁ ଯାଇଥିଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଆରବନ୍ଦ ଗ୍ରାମର ଚାଷୀ ମକରା ବିଶ୍ୱାଳଙ୍କ ପୁଅ ନିତ୍ୟାନନ୍ଦ(୪୬) । ଯିବାର କିଛି ସମୟ ପରେ ନିତ୍ୟାନନ୍ଦ ଆଉ ନାହାଁନ୍ତି ବୋଲି ତାଙ୍କ ଘରେ ଖବର ପହଞ୍ଚିଲା । ବର୍ଷାକୁ ଦେଖି ହସି ଉଠିଥିବା ଚାଷୀ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ିିଲା । ନିତ୍ୟାନନ୍ଦଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବିଲରୁ ଉଦ୍ଧାର କରାଯାଇ ବରମପୁର ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘାଷଣା କରିଥିଲେ । ମୃତକଙ୍କ କାନ ମୁଳି ଫାଟିଯାଇଥିଲା । ଶରୀରରେ କିଛି ପୋଡ଼ା ଚିହ୍ନ ଥିବାରୁ ବଜ୍ରାଘାତରେ ତାଙ୍କ ମୃତୁ୍ୟ ହୋଇଥିବା କୁହାଯାଇଛି ।
ସେହିଭଳି ଅନ୍ୟ ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଗୋବିନ୍ଦ ପୁର ପଞ୍ଚାୟତ ପଇତିପୁର ଗାଁରେ । ଚାଷୀ ଆନନ୍ଦ ଦାସ ନିଜ ଧାନ ବିଲରେ କାମ କରୁଥିବା ବେଳେ ଅକସ୍ମାତ ମେଘ ଘୋଟି ଆସିବା ସହ ବଜ୍ରପାତ ହେଲା । ସେଠାରେ ସେ ଟଳି ପଡିଥିଲେ । ତାଙ୍କୁ ତିହିଡି ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଚାନ୍ଦବାଲି ବ୍ଲକରେ ବି ଘଟିଛି ସମାନ ଘଟଣା । ଚାନ୍ଦବାଲି ଏନ୍ଏସି ଅର୍ନ୍ତଗତ ମଠସାହି ଗ୍ରାମରେ ମଥୁରି ଦାସ ନାମକ ଜଣେ ଚାଷୀ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତ ହେଲା । ସେ କାଦୁଅ ବିଲରେ ଟଳି ପଡିଥିଲେ । ତାଙ୍କୁ ଚାନ୍ଦବାଲି ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ସ୍ଥାନୀୟ ରାଜକନିକା ଅଞ୍ଚଳର ଓଳାବର ଗାଁରୁ ରମାକାନ୍ତ ବେଜ୍ କାଠ ଆଣିବା ପାଇଁ ଚାନ୍ଦବାଲି ଶାସ୍ତ୍ରୀଘାଟକୁ ଆସିଥିଲେ । କାଠ ଦୋକାନ ପାଖରେ ଛିଡା ହୋଇଥିବା ବେଳେ ବଜ୍ରପାତ ହେବାରୁ ବୈତରଣୀ କୂଳ ଚାନ୍ଦବାଲି ଶାସ୍ତ୍ରୀଘାଟ ରାସ୍ତାରେ ସେ ଟଳି ପଡିଥିଲେ । ତୁରନ୍ତ ଲୋକେ ଚାନ୍ଦବାଲି ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ଡାକ୍ତରଖାନାକୁ ଆଣି ଅପମୃତୁ୍ୟ ମାମଲା ରୁଜୁ କରିଛି ।
ସେହିଭଳି, ଖନ୍ତାପଡା ଥାନା ବାରୁଣ ସିଂ ମଣ୍ଡଗାଁରେ ଘଟଣା ଅତି ଦୁଃଖ ଦାୟକ ହୋଇଛି । ରାକ୍ଷୀ ବାନ୍ଧି ସାରି ଖେଳୁଥିବା ବେଳେ ଭାଇ ଭଉଣୀ ଆଖି ବୁଜିଛନ୍ତି । ସେମାନେ ହେଲେ ଭାସ୍କର ବେହେରାଙ୍କ ଝିଅ ଆଶା (୧୨) ଓ ନିରଞ୍ଜନ ଦଳେଇଙ୍କ ପୁଅ ଶୁଶାନ୍ତ(୧୫) । ସମ୍ପର୍କୀୟ ଭାଇ ଭଉଣୀ । ଆଶା-ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ରାକ୍ଷୀ ବାନ୍ଧି ଘର ବାରଣ୍ଡାରେ ବସିଥିଲେ । ବଜ୍ରାପାତ ହେବାରୁ ଦୁଇ ଜଣ ଟଳି ପଡ଼ିଥିଲେ । ବଡ଼ ଭଉଣୀ ନବମ ଶ୍ରେଣୀ ଓ ସାନ ଭାଇ ଷÂ ଶ୍ରେଣୀରେ ପଢୁଥିଲେ । ସେହିଭଳି ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ ରଙ୍ଗଲତା ଓ ତାଙ୍କ ସ୍ୱାମୀ ବିଜୟ ପ୍ରଧାନ(୨୨) ମାଳ ଗାଁରୁ ଆସିଥିଲେ । ସେମାନେ ବଜ୍ରପାତ ଆଘାତରେ ଗୁରୁତର ହୋଇଛନ୍ତି । ସମସ୍ତ ୪ ଜଣଙ୍କୁ ଖନ୍ତାପଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସୁଶାନ୍ତ ଓ ଆଶାଙ୍କୁ ମୃତ ଘୋଷଣା କରଛନ୍ତି । ବିଜୟ ଓ ପତ୍ନୀ ରଙ୍ଗଲତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବାଲେଶ୍ୱର ମେଡିକାଲକୁ ନିଆଯାଇଛି ।
ନୀଳଗିରି ଅଞ୍ଚଳର ମୃତ ଚାଷୀ ନିତ୍ୟାନନ୍ଦ ନବ ନିର୍ମାଣ କୃଷକ ସଂଘର ସଦସ୍ୟ ଥିଲେ । ବରମପୁର ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଖବରପାଇ ନୀଳଗିରି ଛାତ୍ର ବିଜୁ ଜନତା ଦଳର ସଭାପତି ଫ୍ରାନ୍ସିସ ବେକନ ସ, ନବନିର୍ମାଣ କୃଷକ ସଂଗଠନ ଜିଲ୍ଲା ସଂଯାଜକ ରାଉତ, ସଦସ୍ୟ ପୁରୁଷାତ୍ତମ ସାହୁ, ହୃଦୟ ବେହେରା, ରଘୁରାମ, ପ୍ରଦୀପ ଭୂୟାଁ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି । ଚାଷୀଙ୍କ ପର୍ବ ତଥା ବଳଦେବଙ୍କ ଜନ୍ମତିଥିରେ ଚାଷୀଙ୍କ ଏଭଳି ମୃତୁ୍ୟ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons