ବଜ୍ରାଘାତରେ ଚାଷୀ ମୃତ:୩ଗୁରୁତର

Get real time updates directly on you device, subscribe now.

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ରାଇପୁର ଗାଁରେ ରବିବାର ବଜ୍ରାଘାତ ଘଟି ଜଣେ ବୟସ୍କ ଚାଷୀଙ୍କ ମୃତୁ୍ୟ ଘଟିଛି । ଗୁରୁତର ହୋଇଥିବା ଆଉ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କାହ୍ନୁ ଚରଣ ସାହୁ(୬୧) ।
ସୂଚନା ଅନୁଯାୟୀ, ନାରଙ୍ଗପୁର ଗ୍ରାମର କିଛି ଲୋକେ ଆଜି ରାଇପୁରଠାରେ ନିଜ ନିଜ ବିଲରେ ଧାନତଳି ପକେଇବାକୁ ଯାଇଥିଲେ । ବର୍ଷା ହେବାରୁ ନାରଙ୍ଗପୁର ଗ୍ରାମର କାହ୍ନୁଚରଣ ସାହୁ, ରମେଶ ଚନ୍ଦ୍ର ସାହୁ, କାର୍ତ୍ତିକ ନାଏକ, ରଞ୍ଜନ ନାଏକ ଏକାଠି ସେଠାରେ ଥିବା ଏକ ଗଛ ମୂଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ କାହ୍ନୁ ଚରଣ ସାହୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ । ଅନ୍ୟ ୩ଜଣ ବଜ୍ରାଘାତରେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ପ୍ରଥମେ କେଶଦୁରାପାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପଠାଯାଇଥିଲା । ଚିକିତ୍ସା ପରେ ୩ଜଣଙ୍କ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons