ବଜ୍ରାଘାତରେ ବାପା ମୃତ, ପୁଅ ଗୁରୁତର

Get real time updates directly on you device, subscribe now.

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଓ ବାଂଶପାଳ ବ୍ଲକ୍ରେ ଦୁଃଖଦ ଘଟଣା ଘଟିଯାଇଛି । ବଜ୍ରପାତରେ କେଉଁଠି ବାପାକୁ ହରାଇ ପୁଅ ଭାଙ୍ଗି ପଡ଼ିଛି ତ କେଉଁଠି ଗୋରୁ, ମେଣ୍ଢାଙ୍କ ମୃତୁ୍ୟରେ ଚିନ୍ତାରେ ପଡିଛନ୍ତି ଚାଷୀ । ଏଭଳି ବିପତ୍ତିକୁ ଦେଖି ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି ।
ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡାଗ୍ରାମ ପଞ୍ଚାୟତ କାଞ୍ଜିପାଣି ଗ୍ରାମରେ ବଜ୍ରାଘାତରେ ପିତାମ୍ବର ମହାନ୍ତ(୬୪)ଙ୍କ ମୃତୁ୍ୟ ହୋଇଥିବାବେଳେ ତାଙ୍କ ପୁଅ ଝସକେତନ (୩୦ବର୍ଷ)ଗୁରୁତର ହୋଇଛନ୍ତି । ରବିବାର ଚାଷ କାମ ପାଇଁ ପିତାମ୍ବର ଓ ଝସକେତନ ସାଥିରେ ପାଣି ପମ୍ପ, ପାୱାରଟିଲର ନେଇ ବିଲକୁ ଯାଇଥିଲେ । କାମ ଚାଲିଥିବା ସମୟରେ ହଠାତ୍ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା । ବର୍ଷା ହେବା ଦେଖି ବାପ ପୁଅ ଘରକୁ ପଳାଇ ଆସିବା ପାଇଁ ବାହାରିଥିଲେ । ପାଣି ପମ୍ପକୁ ବାଇକ୍ରେ ଲଦି ପଛ ସିଟ୍ରେ ପିତାମ୍ବର ବସିଥିଲେ । ମାତ୍ର କିଛି ଜିନିଷ ବିଲରେ ରହିଯାଇ ଥିବାରୁ ଝସକେତନ ପୁଣି ଆଣିବା ପାଇଁ ଯାଇଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ବାଇକ୍ ଉପରୁ ପିତାମ୍ବର ଟଳି ପଡିଥିଲେ । ଅନ୍ୟପଟେ ପୁଅ ଝସକେତନ ମଧ୍ୟ ବିଲରେ ଖସି ପଡ଼ି ଚେତା ହରାଇଥିଲେ । ଚେତା ଫେରିବା ପରେ କିଛି ବାଟରେ ଥିବା ଲୋକମାନଙ୍କୁ ଝସକେତନ ହାତଠାରି ଡାକିଥିଲେ । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପିତାମ୍ବରକୁ ଝୁମ୍ପୁରା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଝସକେତନକ ଅବସ୍ଥା ଭଲ ନଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ କେସ୍ ନଂ-୧୨/୨୧ ରେ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ପିତାମ୍ବରଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଯାଇଥିବା ପୁଲିସ ସୂଚନା ଦେଇଛି ।
ସେହିପରି ବାଂଶପାଳ ବ୍ଲକ୍ର ବିଭିନ୍ନ ସ୍ଥାନରେ ରବିବାର ବଜ୍ରାଘାତ ଘଟି ୩୨ଟି ଗୋରୁ ଓ ୩୬ଟି ମେଣ୍ଢାଙ୍କ ମୁତୁ୍ୟ ଘଟିଛି । କାଦକଳା ଗ୍ରାମରେ ଗାଈ ଚରାଳି ଆନନ୍ଦ ଦେହୁରୀ ଜଙ୍ଗଲରେ ଗୋରୁ ଚରାଉଥିବା ବେଳେ ଝିପିଝିପି ବର୍ଷା ହୋଇଥିଲା । ଗୋରୁ ପଲ ଏକ ଜାମୁ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ୩୦ଟି ଗାଈ, ବଳଦଙ୍କ ସମେତ ୩୬ଟି ମେଣ୍ଢା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଗୋରୁ ଚରାଳି ଆନନ୍ଦ ଦେହୁରୀ ଦୌଡ଼ି ପଳାଇବାରୁ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ପ୍ରାଣ ହରାଇଥିବା ଗୋରୁଙ୍କ ମଧ୍ୟରେ କାଦକଳା ଗ୍ରାମର ବେଣୁ ଠାକୁରଙ୍କ ୫ଟି, ନଟବର ବେହେରାଙ୍କ ୧୦ ଟି, ଚେମଣା ବେହେରାଙ୍କ ୫ ଟି, କୀର୍ତ୍ତନ ବେହେରାଙ୍କ ୫ ଟି, ନିତ୍ୟାନନ୍ଦ ବେହେରାଙ୍କ ୫ଟି ଗାଈ, ବଳଦ ଓ ଛୋଟ ବାଛୁରୀ, ବାଡ଼ିଆ ବେହେରାଙ୍କ ୧୮ ଟି ମେଣ୍ଢା, ପ୍ରଫୁଲ୍ଲ ବେହେରାଙ୍କ ୧୮ଟି ମେଣ୍ଢା ପ୍ରାଣ ହରାଇଛନ୍ତି । ପୁଣି ତଳଚମ୍ପେଇ ପଞ୍ଚାୟତ ଭାଲିଆ ଡାଳ ଗ୍ରାମର ପଦ୍ମ ନାଏକଙ୍କ ୨ ଟି ଗୋରୁ ଘର ନିକଟରେ ଚରୁଥିବା ସମୟରେ ବଜ୍ରାପାତରେ ପ୍ରାଣ ହରାଇଛନ୍ତି । ଏତେ ସଂଖ୍ୟାରେ ଗୋରୁ ପ୍ରାଣ ହରାଇଥିବାରୁ ଚାଷୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଖବର ପାଇ ବାଂଶପାଳ ତହସିଲଦାର ସପନ କୁମାର ସାହୁ ପହଞ୍ଚô କ୍ଷତିଗ୍ରସ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହିତ ଘଟଣାର ଅନୁଧ୍ୟାନ କରୁଛନ୍ତି । ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚôବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି । ତେବେ ଅସହାୟ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ବେଣୁଧର ଠାକୁର, ନଟବର ବେହେରା ସମେତ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons