ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେହି ବଟି ମାଗିଲେ, କି ଧମକ ଦେଲେ । ଏଥର ଆଉ ଥାନାକୁ ଦୌଡିବାକୁ ପଡିÿବନି । କି ଚିହ୍ନଟ ହେବାର ଭୟ ରହିବନି । ଗୋଟିଏ ଫୋନ୍ କଲ ଯଥେଷ୍ଟ । ବାସ୍, ତା’ପରେ ଦାଦାବଟି ମାଗୁଥିବା ‘ଲୋକାଲ ଦାଦା’କୁ ପୁଲିସ ସିଧା ହାଜତରେ ପୁରାଇବ ।
‘ଦାବାବଟିକୁ ନା’ ଅଭିଯାନରେ କମିଶନରେଟ୍ ପୁଲିସ ଆଉ ଏକ ପାଦ ଆଗେଇଛି । ଅସାମାଜିକଙ୍କ ଦୌରାତ୍ମ ରୋକିବା କ୍ଷେତ୍ରରେ ପୁଲିସ୍ ଯୋଡ଼ିଛି ଆଉ ଏକ ନୂଆ ଫର୍ଦ୍ଧ । ମଙ୍ଗଳବାର ଜାରି କରିଛି ହେଲ୍ପ ଲାଇନ୍ ନମ୍ବର ୯୯୩୮୯୧୦୦୦୦ । ପୁଲିସ ସେବା ଭବନରେ ପୁଲିସ ମହାନିଦେ୍ର୍ଧଶକ(ଡିଜିପି) ଅଭୟ ଏହି ନମ୍ବରକୁ ଲୋକାର୍ପିତ କରିଛନ୍ତି ।
ଏ ଅବସରରେ ଡିଜିପି ଅଭୟ କହିଥିଲେ, ଏହି ନମ୍ବରଟି ଟୋଲ୍ ଫ୍ରି । ଟୁଇନ୍ସିଟି ବାସିନ୍ଦା ଏଥିରେ ଫୋନ୍ କରି ଦାଦାବଟି ମାଗୁଥିବା ଅସାମାଜିକଙ୍କ ବିରୋଧରେ ଅଭିଯୋଗ କରିପାରିବେ । ଫୋନ୍ କଲ୍ ବ୍ୟତୀତ ଉକ୍ତ ନମ୍ବରରେ ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ଅଭିଯାଗ ଗ୍ରହଣ କରିହେବ । ହ୍ୱାଟସଆପ୍ ଓ ଟେଲିଗ୍ରାମ ଯୋଗେ ମଧ୍ୟ ଦାଦାବଟି ସମ୍ପର୍କିତ ଅନ୍ୟ ତଥ୍ୟ (ଦାଦାବଟି ମାଗିବା ବେଳର କଲ୍ ରେକର୍ଡିଂ, ଭିଡିଓ, ଫଟୋଚିତ୍ର) ମଧ୍ୟ ପଠାଇ ପାରିବେ । ଅଭିଯୋଗକାରୀଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ । ‘ଲୋକାଲ ଦାଦା’ଙ୍କ ନାଁରେ ଅଭିଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ଓ ଠିକଣା ସମ୍ପୂର୍ଣ୍ଣ ଗୋପନ ରଖାଯିବ ।
ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଉ ଥରେ ଅସାମାଜିକଙ୍କୁ ଚେତାବନୀ ଦେଇ କହିଛନ୍ତି, ଏଥର ଆଉ କ୍ଷମା ନାହିଁ । ଦାଦାବଟି ଆଦାୟ କରୁଥିଲେ ଜେଲ୍ ଯିବା ନିଶ୍ଚୟ । ଅଭିଯୁକ୍ତଙ୍କୁ ଯେମିତି ଜାମିନ୍ ନ ମିଳିବ, ଏଥିପାଇଁ ପୂରା ରୋଡ ମ୍ୟାପ ବନାଇବ ପୁଲିସ । ଆବଶ୍ୟକ ପଡ଼ିଲେ, ପେସାଦାରଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ୍ (ଏନ୍ଏସ୍ଏ) ଲଗାଯିବ ।
ଏଥର ପାର୍ବଣରେ ଚାନ୍ଦା ଆଦାୟକାରୀଙ୍କ ଉପରେ ପୁଲିସ କଡ଼ା ନଜର ରଖିବ । ପୂଜାପର୍ବାଣୀ ନାଁରେ ଚାନ୍ଦା ଆଦାୟକାରୀଙ୍କୁ ମଧ୍ୟ ଛଡ଼ାଯିବନି । ଗତ ୧୬ ତାରିଖରୁ କମିଶନରେଟ୍ ପୁଲିସ ପକ୍ଷରୁ ‘ଦାଦାବଟିକୁ ନା’ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଏକ ‘ଆଣ୍ଟି-ଏକ୍ସଟର୍ସନ୍ ଟାସ୍କ ଫୋର୍ସ’ ଗଢ଼ାଯାଇଛି । ଯାହାର ଦାୟିତ୍ୱ ନେଇଛନ୍ତି ଅତିରିକ୍ତ ପୁଲିସ୍ କମିଶନର ରେଖା ଲୋହାନୀ । ଏଯାବତ୍ କଟକ-ଭୁବନେଶ୍ୱର ଟୁଇନ୍ସିଟିରୁ ପ୍ରାୟ ୨୦ରୁ ଅଧିକ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସାରିଲାଣି ।
Comments are closed, but trackbacks and pingbacks are open.