ବଡ଼ବାପାଙ୍କୁ କଚାଡ଼ି ମାରିଦେଲା ନିଶାସକ୍ତ ପୁତୁରା

Get real time updates directly on you device, subscribe now.

କପ୍ତିପଦା: ମଦ ନିଶାରେ ପୁତୁରା ନିଜ ବଡ଼ବାପାଙ୍କୁ ହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଦେବଳା ପଞ୍ଚାୟତ ବଡ଼ଝାଡ଼ ଗ୍ରାମରେ । ମୃତକ ଜଣକ ହେଲେ ମଙ୍ଗଳା ସିଂ(୬୦) । ପୁଲିସ ଅଭିଯୁକ୍ତ ପିତାମ୍ବର ସିଂ(୩୦)କୁ ଗିରଫ କରିଛି ।
ସୂଚନା ଅନୁସାରେ, ଆଜି ସକାଳେ ମଙ୍ଗଳାଙ୍କୁ ତାଙ୍କ ପୁତୁରା ପିତାମ୍ବର ମଦ ନିଶାରେ ଘରପିଣ୍ଡାରେ କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ମଙ୍ଗଳାଙ୍କ ମୃତୁ୍ୟ ହୋଇଥିଲା । ଏହା ଜଣାପଡ଼ିବା ପରେ ଗ୍ରାମବାସୀ ଅଭିଯୁକ୍ତ ପିତାମ୍ବରକୁ ଅଟକ ରଖିଥିଲେ । ଦେବାଳାର ପୂର୍ବତନ ସରପଞ୍ଚ ଭୀମ ସିଂ କପ୍ତିପଦା ଥାନାକୁ ଜଣାଇବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ପିତାମ୍ବରକୁ ଗିରଫ କରିଛି । ଏନେଇ କେସ୍ ନଂ ୧୬୬/୨୧ରେ ମାମଲା ରୁଜ୍ୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ରିପୋର୍ଟ: ଘାଷିରାମ ବେହେରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons