ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଣ୍ଟାଇନ୍ ଅବଧି ପୂର୍ବରୁ ୧୪ ଦିନ ଥିବା ବେଳେଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ । କ୍ୱାରେଣ୍ଟାଇନ୍ ଅବଧି ବଢ଼ାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହି ପରାମର୍ଶ ଦେଇଛନ୍ତି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗୁରୁବାର ସକାଳେ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଧ୍ୟାହ୍ନ ବେଳେ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ ରେ ପହଞ୍ଚିଛି । ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲାରେ ୧୭ ଓ ମୟୁରଭଞ୍ଜ ଜିଲ୍ଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନେ ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାପଡିଛି । ସେହିପରି ମଧ୍ୟାହ୍ନରେ ମୟୁରଭଞ୍ଜ ଜିଲ୍ଲାରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଦ୍ୱାରା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚôଛି । ସେହିପରି ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।
Comments are closed, but trackbacks and pingbacks are open.