ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲାର ୧୧ କରୋନା ସଂକ୍ରମିତଙ୍କ ମଧ୍ୟରୁ ୮ଜଣ କୋଲକାତା ଫେରନ୍ତା । ଅନୁରୂପ ପଡେ଼ାଶୀ ଜିଲ୍ଲା ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଆଜିକୁ ମିଶାଇ କିଛି ଦିନ ମଧ୍ୟରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଲକାତା ଫେରନ୍ତା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି । ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ଓଡ଼ିଶା ପଶ୍ଚିମବଙ୍ଗ ସୀମା ଗସ୍ତ କରି ପଶ୍ଚିମବଙ୍ଗରୁ ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ପୁଲିସ ଡିଜିଙ୍କ ନିଦେ୍ର୍ଧଶର ସାମାନ୍ୟତମ ପ୍ରଭାବ ଏଯାବତ୍ ପଡ଼ିନାହିଁ । ଏବେ ମଧ୍ୟ ପଶ୍ଚିମବଙ୍ଗରୁ କିଛି ଲୋକ ଲୁଚିଛପି ସଡ଼କ ପଥରେ ଆସୁଛନ୍ତି । ଯାହାର ପ୍ରମାଣ ଆଜି ରାଣୀତାଲଠାରେ ଦେଖିବାକୁ ମିଳିଛି । ଆଜି ୧୫ରୁ ଊଦ୍ଧ୍ୱର୍୍ୱ ଲୋକଙ୍କୁ ନେଇ ଆସୁଥିବା କଣ୍ଟେନର ସମ୍ପର୍କରେ ସମସ୍ତ ପ୍ରମାଣ ପାଇ ସାରିବା ପରେ ମଧ୍ୟ ପୁଲିସ ଏହାକୁ ଠାବ କିମ୍ବା ଜବତ୍ କରିବାକୁ ସକ୍ଷମ ହୋଇନାହିଁ ।
ଆଜି ହରିଆନା ରାଜ୍ୟର ଏକ “ଏଚଆର୫୫ ଏଡି-୮୫୭୪’ ନମ୍ବରର ଏକ କଣ୍ଟେନର ପଶ୍ଚିମବଙ୍ଗ ପଟୁ କଟକ ଦିଗରେ ଯାଉଥିବା ସମୟରେ, ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ସ୍ପିଡ୍ ବ୍ରେକର ଥିବାରୁ ଏହାର ଗତି କମି ଯାଇଥିଲା । କଣ୍ଟେନର ପଛପଟ ଦ୍ୱାର ଅଳ୍ପ ଖୋଲା ଥିବା ଓ କେତେକ ଲୋକ ତା’ ମଧ୍ୟରେ ଥିବା ଦେଖି ସ୍ଥାନୀୟ ଲୋକେ ଏହାକୁ ଅଟକାଇ ଗାଡ଼ି ଚାଳକଙ୍କୁ ପଚରାଉଚରା କରିବା ସହ ପୁଲିସକୁ ଖବର ଦେଇଥିଲେ । ଚାଳକ କଣ୍ଟେନର ଢାବାରେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଖଡ଼ଗପୁରଠାରୁ ଆସିଥିବା କହିଥିଲେ । କିନ୍ତୁ କଣ୍ଟେନର ମଧ୍ୟରେ ଥିବା ଲୋକଙ୍କ ମଧ୍ୟରୁ କେତେକ ଓଡ଼ିଶାରେ ଓ ଅନ୍ୟ କେତେକ ହିନ୍ଦୀରେ କଥା ହେଉଥିଲେ । ଲକ୍ଡାଉନ୍ ପାଇଁ ସେମାନେ ଖାଇବାକୁ ନ ପାଇ ଅସୁବିଧାରେ ଥିବା କହି ଛାଡ଼ି ଦେବାକୁ ନିବେଦନ କରିଥିଲେ । ପୁଲିସ ପହଞ୍ଚିବାରେ ବିଳମ୍ବ ହେବା ଓ ଲୋକଙ୍କ ଅନ୍ୟମନସ୍କତାର ସୁଯୋଗରେ କଣ୍ଟେନର ଚାଳକ ଗାଡ଼ି ନେଇ ସେଠାରୁ ପଳାୟନ କରିଥିଲେ । ପୁଲିସ ଉକ୍ତ କଣ୍ଟେନରକୁ ଠାବ କରିବାକୁ ଉଦ୍ୟମ ଚଳାଇଛି । ଏହା ଠାବ ହେବା ପରେ, ନିର୍ଦ୍ଧିଷ୍ଟ ଭାବେ କେତେଜଣ ଆସିଥିଲେ, କେଉଁଠାରେ ଓହ୍ଲାଇଲେ ଜଣାପଡ଼ିବ । ଏହି ଘଟଣାରୁ ଆନ୍ତଃ ରାଜ୍ୟ, ଜିଲ୍ଲା ସୀମା ସିଲ କରିବାଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ପାଟ୍ରୋଲିଂ ପରି ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ସତ୍ତେ୍ୱ ସଡ଼କ ପଥରେ କୋଲକତା ଫେରନ୍ତା ଆଜି ଯାଏ ପୁଲିସକୁ ଚକମା ଦେଇ ଚାଲିଛନ୍ତି ସ୍ପଷ୍ଟ ହୋଇଛି ।
Comments are closed, but trackbacks and pingbacks are open.