ବଢୁଛି ଘୋଡ଼ାହାଡ଼ ଓ ନନ୍ଦିନୀ ନଦୀର ଜଳସ୍ତର

Get real time updates directly on you device, subscribe now.

ଶେରଗଡ଼, (ବି.ବି.ନୁ୍ୟଜ୍): ଶେରଗଡ଼ରେ ଦୁଇ ଦିନ ଧରି ଅନବରତ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ସୋମବାର ସକାଳୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୮୦ ମିଲିମିଟର ବର୍ଷା ହୋଇଥିବା ବ୍ଲକ୍ କାର୍ଯ୍ୟାଳୟ ଠାରେ ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ପ୍ରାୟତଃ ବନ୍ଦ କରି ଦେଇଛନ୍ତି । ଲଘୁଚାପ ବର୍ଷା ଯୋଗୁଁ ଶେରଗଡ ଓ ଆଖପାଖ ଅଞ୍ଚଳର ଜମିରେ ପାଣି ଭର୍ତ୍ତି ହୋଇଯାଇଛି । ନନ୍ଦିନି ନଦୀ, ଘୋଡ଼ାହାଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ଅପରାହ୍ଣ ୪ଟା ସୁଦ୍ଧା ଘୋଡ଼ାହାଡ଼ ନଦୀରେ ପ୍ରାୟ ୭ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ନନ୍ଦିନି ନଦୀରେ ୬ ଫୁଟର ଜଳ ବୋହିବାରେ ଲାଗିଛି । ବର୍ଷା ଜାରି ରହିଲେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଅଧିକ । ଶେରଗଡ଼ ତୋଟା ସାହି, ରମୁଣି ସାହି, ତିନି ଛକ ଦେଇ ଯାଇଥିବା ନାଳଗୁଡ଼ିକରେ ଜଳସ୍ତର ବଢୁଛି । ଫଳରେ ପାଣି ନିଷ୍କାସନରେ ସମସ୍ୟା ଉପୁଜିଛି । ଶେରଗଡ଼ ତିନି ଛକରେ ଥିବା ଚାଷ ଜମିରେ ପାଣି ଜମି ରହିବା ସଙ୍ଗେ ସଙ୍ଗେ ଜଳ ନିଷ୍କାସନ ହେଉ ନଥିବାରୁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ଏହି ପାଣି ନିଷ୍ଲାସନ ନିମନ୍ତେ ଏକ ବିଶେଷଜ୍ଞ ଟିମ୍ ତିନିମାସ ତଳେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏଯାବତ୍ ଜଳ ନିଷ୍କାସନ ସକାଶେ ନାଳ ନିର୍ମାଣ ହୋଇନଥିବା ଯୋଗୁଁ ସମସ୍ୟା ଉପୁଜିଥିବା କହିଛନ୍ତି ଅଞ୍ଚଳବାସୀ । ପାଣି ନିଷ୍କାସନ ନିମନ୍ତେ ସ୍ଥାୟୀ ପ୍ରତିକାର ପାଇଁ ବାରମ୍ୱାର ପୂର୍ତ୍ତ ବିଭାଗ, ଡ୍ରେନେଜ୍ ବିଭାଗକୁ ଅବଗତ କରାଗଲେ ମଧ୍ୟ ସମାଧାନ ହୋଇପାରୁନି । ଫଳରେ ପ୍ରତିବର୍ଷ ଏହି ନାଳ ସମସ୍ୟା ନେଇ ବନ୍ୟା ପରିସ୍ଥିତି ଉଣାଅଧିକେ ସୃଷ୍ଟି ହେଉଛି । ଲଗାଣ ବର୍ଷା ହେଲେ ଶେରଗଡ଼ ରମୁଣି ସାହି, ତୋଟା ସାହି, ନନ୍ଦିନି ନଦୀ ତଟ ସାହି, ବାଲି ସାହି, ବଡ଼ଦାଣ୍ଡ ସାହି ଓ କେଉଟ ସାହିର ଶତାଧିକ ପରିବାର ଅସୁବିଧା ଭୋଗୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons