ବଢୁଛି ଭାର୍ଗବୀ ନଦୀର ଜଳସ୍ତର, ଲୋକେ ଆତଙ୍କିତ

Get real time updates directly on you device, subscribe now.

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଭାର୍ଗବୀ ନଦୀରେ ଘାଇ ଆଶଙ୍କା ଦେଖାଦେଇଛି । ଫଳରେ ସ୍ଥାନୀୟ ତିନିକୁଦି ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବ୍ରହ୍ମଗିରି ବ୍ଲକ୍ କପିଳେଶ୍ବର ଗ୍ରାମ ପଞ୍ଚାୟତର ତିନିକୁଦିଠାରେ ଭାର୍ଗବୀ ନଦୀରେ ଜଳସ୍ତର ବଢୁଛି । ଫଳରେ ଘାଇ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ନଦୀ ବନ୍ଧରୁ ପାଣି ଝରୁଛି। ଘାଇ ଭାଙ୍ଗିଲେ ୫ ପଞ୍ଚାୟତର ୨୦ରୁ ଉର୍ଦ୍ଧ୍ଵ ଗାଁ ଜଳମଗ୍ନ ହୋଇଯିବ । ତେଣୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକେ ବାଲି ବସ୍ତା ପକାଇ ବନ୍ଧକୁ ଜଗି ବସିଛନ୍ତି। କିନ୍ତୁ ପ୍ରଶାସନ ଏ ପର‌୍ୟନ୍ତ କୌଣସି ପଦକ୍ଷେପ ନେଇନି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons