ବଦଳିଲା କ୍ୱାରେଣ୍ଟାଇନ୍ ନିୟମ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ବଦଳିଲା କ୍ୱାରେଣ୍ଟାଇନ୍ ନିୟମ । ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ । ସ୍ଥାନୀୟ ପ୍ରଶାସନ ଅର୍ଥାତ୍ ଜିଲ୍ଲାପାଳ ଏହାର ତଦାରଖ କରିବେ । ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି) ପ୍ରଦୀପ ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି , ବାହାର ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ୭ ଦିନ ସରକାରୀ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ଲକ୍ଷ୍ମଣ ନ ଥିଲେ ଆଉ ୭ ଦିନ ଘରେ କ୍ୱାରେଣ୍ଟାଇନ୍ରେ ରହିବେ । କର୍ତ୍ତୃପକ୍ଷ ଆବ୍ୟକ ମଣିଲେ କ୍ୱାରେଣ୍ଟାଇନ୍ ଅବଧି ବଢ଼ାଇବେ । ଯଦି ସେମାନଙ୍କ ଠାରେ ଲକ୍ଷଣ ଦେଖାଯାଏ ଓ ତାଙ୍କୁ ଡାକ୍ତରଖାନା ନେବା ଆବଶ୍ୟକ ହୁଏ, ତାହେଲେ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟର ବା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ସେହିଭଳି ଯେଉଁମାନେ ପ୍ରବାସୀମାନେ ବାହାର ରାଜ୍ୟରୁ ଆସି କୌଣସି ସହରାଞ୍ଚଳରେ ରହୁଛନ୍ତି , ତାହେଲେ ସେମାନେ ୧୪ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ । ଏହା ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍କୁ ଅନୁପାଳନ କରିବେ । ଯଦି କୌଣସି ବ୍ୟକ୍ତିଙ୍କର ହୋମ୍ କ୍ୱାରେଣ୍ଟାଇନ୍ ସୁବିଧା ନଥିବ, ତାହେଲେ ସ୍ଥାନୀୟ ପ୍ରଶାସନର ନିଦେ୍ର୍ଧଶ କ୍ରମେ ସେମାନେ ସରକାରୀ ବାଦେୟଯୁକ୍ତ କ୍ୱାରେଣ୍ଟାଇନ୍ରେ କିଛି ଦିନ ରହିପାରିବେ । ଏସ୍ଆରସି କହିଛନ୍ତି, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟ ବଢ଼ିଥିଲେ ମଧ୍ୟ ସ୍ଥିତ ଚିନ୍ତାଜନକ ନୁହେଁ । ପ୍ରବାସୀଙ୍କୁ କବାରେଣ୍ଟାଇନ୍ରେ ରଖାଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ସରପଞ୍ଚ ଓ ଏସ୍ଏଚ୍ଜିଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି । ବାହାର ରାଜ୍ୟରୁ ଆସିବା ପୂର୍ବରୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ଏସ୍ଆରସି । ସେ କହିଛନ୍ତି , ଟ୍ରେନ୍ ଯୋଗେ ବାହାର ରାଜ୍ୟରୁ ଅଧିକ ପ୍ରବାସୀ ଆସୁଛନ୍ତି । ଆଜି ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ରେ ୨୦ ହଜାରରୁ ଅଧିକ ପ୍ରବାସୀ ଆସୁଛନ୍ତି । ସେମାନେ ବିନା ସୂଚନାରେ ଆସୁଥିବାରୁ ଆମ ପାଇଁ ସମସ୍ୟା ଉପୁଜିଛି । ତେଣୁଯେଉଁମାନେ ଆସିବାକୁ ଚାହୁଛନ୍ତି, ସେମାନେ ଆଗୁଆ ସୂଚନା ଦିଅନ୍ତୁ । ସୂଚନା ଦେଇ ଆସିବା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କରିଛୁ । ସୂଚନା ଦେଇ ଆସିଲେ ଗନ୍ତବ୍ୟ ସ୍ଥଳକୁ ପଠାଇବାକୁ ବ୍ୟବସ୍ଥା କରାଯିବ । ବିନା ସୂଚନାରେ ଆସିଲେ ମାଗଣା ଟିକେଟ ଲାଗୁହୋଇ ନ ପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons