ଭୁବନେଶ୍ୱର: ଭୁବନେଶ୍ୱର କେ.ଭି-୩ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣା ପରେ ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଏ ନେଇ ଭୁବନେଶ୍ୱର ରିଜିଅନ ଡେପୁଟି କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି।
ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିର୍ୟାତନାରେ ଅତିଷ୍ଠ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ।
ଘଟଣା ପାଇଁ ସ୍କୁଲର ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଲାଗି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କର୍ତ୍ତୃପକ୍ଷଙ୍କୁ ୪୮ ଘଣ୍ଟିଆ ଅଲଟିମେଟମ୍ ଦେଇଥିଲା।
ସୂଚନାଥାଉ କି, ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ଗତ ଶୁକ୍ରବାର ସ୍କୁଲ ଛାତ ଉପରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଏବେ ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ମେଡ଼ିକାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ଆଜି ପ୍ରିନ୍ସିପାଲ ଆହତ ଛାତ୍ରୀଙ୍କୁ ଭେଟିବାକୁ ମେଡିକାଲ ଯାଇଥିଲେ। ତେବେ ତାଙ୍କୁ ବିରୋଧ କରିଥିଲେ ସ୍କୁଲର ଛାତ୍ରଛାତ୍ର।
Comments are closed, but trackbacks and pingbacks are open.