ବଦଳିଲେ ୧୨ ଆଇଏଫ୍ଏସ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୧୨ଜଣ ଆଇଏଫଏସ୍ (ଭାରତୀୟ ଜଙ୍ଗଲ ସେବା) ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଅତିରିକ୍ତ ପିସିସିଏଫ୍ ଥିବା ପୁଷା ଝଲେ ମାକ୍ରୋଙ୍କୁ ଭୁବନେଶ୍ୱରସ୍ଥିତ ଆର୍ପିଆରସିର ମୁଖ୍ୟ ନିର୍ବାହୀ ଭାବେ ନିଯୁକ୍ତି ମିଳିଛି । ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝାଙ୍କୁ ଡବ୍ଲୁଏଫପି ଆଣ୍ଡ୍ ଏସ୍ଏମଡିର ପ୍ରକଳ୍ପ ନିଦେ୍ର୍ଧଶକ ଦାୟିତ୍ୱ ସହ ରାଜ୍ୟ ବାଉଁଶ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତ କରାଯାଇଛି । ଏହାସହ ଶ୍ରୀ ଝା ‘ସେଣ୍ଟର ଫର୍ ଏନ୍ଭାଇରୋମେଣ୍ଟାଲ୍ ଷ୍ଟଡିଜ୍’ର ନିଦେ୍ର୍ଧଶକ ଦାୟିତ୍ୱ ତୁଲାଇବେ ।
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍.ଯୋଗାଜୟାନନ୍ଦାଙ୍କୁ ବାରିପଦା ସର୍କଲର ଆରସିସିଏଫ୍ ଦାୟିତ୍ୱ ମିଳିଛି । ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି)ର ଜେନେରାଲ୍ ମ୍ୟାନେଜର ରୋହିତ କୁମାର ଲେଙ୍କାକୁ ଉଦ୍ୟାନ କୃଷି ବିଭାଗ ନିଦେ୍ର୍ଧଶକ ଭାବେ ବଦଳି କରାଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଅତିରିକ୍ତ ମୁଖ୍ୟ ନିର୍ବାହୀ ଦାୟିତ୍ୱରେ ଥିବା ଡକ୍ଟର ସମ୍ରାଟ ଗୌଡ଼ା ଡିଏସ୍ଙ୍କୁ ଓଏଫଡିସିର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି । ସିଡିଏରେ ଶ୍ରୀ ଗୌଡ଼ାଙ୍କ ସ୍ଥାନକୁ ବଦଳି ହୋଇଛନ୍ତି ଖରିଆର ଡିଏଫଓ ଥିବା ଖୁସୱନ୍ତ ସିଂହ । ଶ୍ରୀ ସିଂହ ସିଡିଏର ଅତିରିକ୍ତ ମୁଖ୍ୟ ନିର୍ବାହୀ ନିଯୁକ୍ତ ହୋଇଛନ୍ତି ।
ପଦ୍ମପୁର ଡିଭିଜନର ଡିଏଫ୍ଓ ଥିବା ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ଢେଙ୍କାନାଳ ଡିଏଫ୍ଓ ଭାବେ ବଦଳି ହୋଇଛନ୍ତି । ରେଢ଼ାଖୋଲ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପାରଳାଖେମୁଣ୍ଡି ଡିଏଫ୍ଓ କରାଯାଇଛି । ପାରଳାଖେମୁଣ୍ଡି ଡିଏଫ୍ଓ ବିବେକ କୁମାରଙ୍କୁ ଖରିଆର ଡିଏଫ୍ଓ ନିଯୁକ୍ତ କରାଯାଇଛି । ସାଇକିରଣ ଡିଏନ୍ଙ୍କୁ ଶିମିଳିପାଳ (ଉତ୍ତର) ଡିଭିଜନର ଡିଏଫଓ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଡିଭିଜନ ଏସିଏଫ୍ ଥିବା ଆନନ୍ଦ ଏସ୍ ଆଠମଲ୍ଲିକ ଡିଏଫ୍ଓ ଭାବେ ବଦଳି ହୋଇଛନ୍ତି । ଏଲ୍. ଗଜାନନ୍ ଦୟାନନ୍ଦଙ୍କୁ କରଞ୍ଜିଆ ଡିଏଫ୍ଓ ନିଯୁକ୍ତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons